spot_img

Latest Posts

ଭୋଟ ପାଇଁ ଟଙ୍କା ବାଣ୍ଟୁଛନ୍ତି ବିଜେପି କର୍ମୀ, ଟଙ୍କା ନନେଲେ ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ

ରାଉରକେଲା : ରାଉରକେଲାରେ ବିଜେପି କର୍ମୀଙ୍କ ଦାଦାଗିରି। ଭୋଟ ଦେବାକୁ ଲୋକଙ୍କୁ ଟଙ୍କା ଯାଚୁଛି ବିଜେପି। ଟଙ୍କା ନନେଲେ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ବିଜେପି କର୍ମୀଙ୍କ ଗୁଣ୍ଡାଗିରିଙ୍କ ନଗ୍ନ ଚିତ୍ର ଏବେ ପଦାରେ ପଡିଲାଣି। ରାଉରକେଲା ସହରର ବିଶ୍ଵକର୍ମା ବସ୍ତିରେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।

ରାତିରେ ୪ ଜଣ ବିଜେପି ନେତା ଓ କର୍ମୀ ବିଜେପିକୁ ଭୋଟ ଦେବାକୁ କହି ଜଣିକିଆ ୫ ଶହରୁ ୧ ହଜାର ଟଙ୍କା ଲେଖାଏଁ ଟଙ୍କା ବାଣ୍ଟୁଥିଲେ। ଟଙ୍କା ବଣ୍ଟାକୁ ବିରୋଧ କରିବାରୁ ଜଣେ ବସ୍ତି ବାସିନ୍ଦାଙ୍କୁ ବିଜେପି କର୍ମୀ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସେକ୍ଟର ୩ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ତିରେ ସମସ୍ତ ବିକାଶ କାର୍ଯ୍ୟ ହୋଇଥିବା ଓ ସାରଦା ପ୍ରସାଦ ନାୟକ ବହୁ ବିକାଶ କାର୍ଯ୍ୟ କରିଥିବା ବଜେପି ନେତା ଓ କର୍ମୀଙ୍କୁ ବସ୍ତି ବାସିନ୍ଦା କହିଥିଲେ। ଦମ୍ ଅଛି ତ ସମ୍ଵଲପୁର ଓ ରାଉରକେଲାରେ ଜିତିକି ଦେଖାଏ ବୋଲି କହିବା ପରେ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି।

Latest Posts

Don't Miss