ପରାଜୟ ଟ୍ରେଣ୍ଡକୁ ଦେଖି ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା, ପୋଲିସ ଚଳାଇଲା ଲାଠି

କେନ୍ଦ୍ରାପଡ଼ା: ବିଜେପି ପ୍ରାର୍ଥୀଙ୍କ ପରାଜୟ ଟ୍ରେଣ୍ଡକୁ ଦେଖି ସମର୍ଥକଙ୍କ ହିଂସ୍ରରୂପ । ଭୋଟ ଗଣତି ହେଉଥିବା ବ୍ଲକ ଅଫିସ ଆଗରେ ବାଣ ଫୁଟାଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି କଲେ ବିଜେପି କର୍ମୀ । ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ମୃଦୁ ଲାଠି ଚାଳନା କରିଛି । କେନ୍ଦ୍ରାପଡା ଡେରାବିଶ ବ୍ଲକରେ ଘଟିଛି ଏହି ଘଟଣା ।
ପୋଲିସ ସ୍ଥିତି ଆୟତ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି କର୍ମୀ ପୋଲିସକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ । ବିଜେପି ଜିଲ୍ଲା ପରିଷଦ ଆସନରେ ନୈରାଶ୍ୟ ଜନକ ଟ୍ରେଣ୍ଡ ଯୋଗୁଁ ବିଜେପି ଏଭଳି ଉତ୍ତେଜନା ଖେଳାଇଛି । ଘଟଣାରେ ଜଣକୁ ପୋଲିସ ଅଟକ ରଖିଛି । ବର୍ତମାନ ମଧ୍ୟ ସ୍ଥିତି ଉତ୍ତେଜନା ଉତ୍ତେଜନା ପୂର୍ଣ୍ଣ ରହିଛି ।