ପଦମପୁରରେ ବିଜେପି ଗାଡି ଧକ୍କାରେ ବିଜେପି କର୍ମୀ ଗୁରୁତର

ବରଗଡ଼: ବିଜେପି ଗାଡି ଧକ୍କାରେ ବିଜେପି କର୍ମୀ ଗୁରୁତର । ପଦ୍ମପୁର ଉପ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବାକୁ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।କର୍ମୀମାନେ ପୁରା ଦମରେ ଥିଲେ । ପ୍ରତ୍ୟେକ ରୁଟରେ କର୍ମୀମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା ଭଣ୍ତାରପୁରୀ, ଭୈଷାଦର୍ହା, କୁର୍ଲୁପାଲି, ଜଗଦଲପୁର, ପୁରେନା, ଲଖମରା, ଚର୍ଦାପାଲି ଗ୍ରାମ ପଂଚାୟତର କର୍ମିମାନଙ୍କ ପାଇଁ ସତୀଭଟା ଖେଳ ପଡିଆରେ ଭୋଜନର ବ୍ୟବସ୍ଥା କରାଯାଇଥିଲା ।

ଭଣ୍ତାରପୁରୀ ଗ୍ରାମ ପଂଚାୟତର ହେମନ୍ତ ଠାକୁର ନାମକ ଜୈନିକ ଭାଜପା କର୍ମୀ ଖାଇସାରି ରାସ୍ତାକୁ ଆସୁଥିବା ବେଳେ ଭାଜପା କର୍ମୀକୁ ଆଣୁଥିବା ଏକ ବଲେରୋ ଦୁର୍ଘଟଣା କରିଥିଲା । ଫଳରେ ସେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପଦ୍ମପୁର ଉପ ଖଣ୍ତ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ନିର୍ବାଚନର ବିଗୁଲ ବାଜିବା ମାତ୍ରେ ଏପରି ଏକ ଘଟଣା ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଖେଳାଇଛି  ।