ରକ୍ତମୁଖା ବିଜେପି, ଭଦ୍ରକ ପରେ ଗଜପତିରେ ହିଂସା

ଗଜପତି: ନଛୋଡବନ୍ଧା ବିଜେପି । ପରାଜୟ ଭୟରେ ବ୍ୟତିବ୍ରସ୍ତ ହେଉଛି ବିଜେପି । କେଉଁଠି ରିଗିଂ ତ ଆଉ କେଉଁଠି ବିଜେଡି ଉପରେ ଆକ୍ରମଣ କରୁଛନ୍ତି ବିଜେପି କର୍ମୀ । ଗଜପତି ଜିଲ୍ଲା କାଶୀନଗର ବ୍ଳକର ଧନୁସିରା ଗାଁର ବିଜେଡ଼ି କର୍ମୀ ଟି. ଦଶରଥଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଫଳରେ ଦଶରଥଙ୍କୁ ଗୁରୁତର ଭାବେ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଛି ।ମତଦାନ କେନ୍ଦ୍ରରେ ଅନିୟମିତତା ନେଇ ମିଥ୍ୟା ଅଭିଯୋଗ କରି ତାଙ୍କ ଉପରେ ଆକ୍ରମଣ କରିଛି ବିଜେପି।

ଏନେଇ କାଶୀନଗର ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ୨୪ ତାରିଖ ପାଇଁ ଗୋଷାଣୀ ବ୍ଲକର ଖରସଣ୍ଡା ଗାଁରେ ବିଜେଡି ପକ୍ଷରୁ ଚାଲିଥିବା ଶେଷ ପ୍ରଚାର ବେଳେ ବିଜେପି କର୍ମୀ ଆକ୍ରମଣ କରିଛନ୍ତି । ଘଟଣାରେ ରାରେନ୍ଦ୍ର ଶବର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୋଲିସ ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଉଭୟ ଘଟଣାର ପୋଲିସର ତଦନ୍ତ ଜାରି ରହିଛି ।

Leave a Reply