ବିଜେଡି ଯୁବନେତାଙ୍କୁ ବିଜେପିର ମରଣାନ୍ତକ ଆକ୍ରମଣ

1 min read

କେନ୍ଦ୍ରାପଡ଼ା: ପରାଜୟର ପ୍ରତିଶୋଧ ପାଇଁ ରକ୍ତମୁଖା ପାଲଟିଛି ବିଜେପି । ଜଣେ ବିଜୁ ଛାତ୍ର ଜନତା ଦଳ ସଭାପତିଙ୍କୁ କରିଛି ମରଣାନ୍ତକ ଆକ୍ରମଣ । ମାଡ ମାରି ମୁହଁ, ନାକ ଓ ମୁଣ୍ଡ ଫଟାଇ ଦେଲେ ବିଜେପି ଗୁଣ୍ଡା । ଆକ୍ରମଣର ଶିକାର ହୋଇଛନ୍ତି କଟକ ସଦର ବ୍ଲକ ବାବୁଜଙ୍ଗର ବିଜୁ ଛାତ୍ର ଜନତାଦଳ ସଭାପତି ବିମଳ ପଢିଆରୀ । ରାଜନୈତିକ ଆକ୍ରୋଶ ରଖି ବିଜେପି କର୍ମୀ ଓ ତାଙ୍କ ସହଯୋଗୀ ସୀତାକାନ୍ତ ବାରିକ ଓ ଦିଲୀପ ସାହୁ ମରଣlନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବାବୁଜଙ୍ଗ ପଞ୍ଚାୟତର ବିଜେଡ଼ି ସମର୍ଥିତ ପାର୍ଥୀ ମିଲନ ଭୂଇଁଆ ବିରୋଧୀ ପାର୍ଥୀଙ୍କୁ ପରାଜିତ କରି ସରପଞ୍ଚ ହୋଇଥିଲେ । ବିମଳ ବିଜେଡି ସମର୍ଥିତ ସରପଞ୍ଚ ମିଲନ ଭୁଇଆଁଙ୍କ ପାଇଁ ନିର୍ବାଚନ ପ୍ରଚାର କରି ତାଙ୍କୁ ଜିତାଇବାରେ ସହଯୋଗ କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ବିମଳଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଜେପି ଗୁଣ୍ଡାଙ୍କ ମାଡ଼ରେ ସଂଜ୍ଞାହୀନ ହୋଇଯାଇଥିଲେ ବିମଳ । ବିମଳଙ୍କୁ ଉଦ୍ଧାର କରାଯାଇ ରଘୁନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ କିଶନ ନଗର ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ ହୋଇଛି ।