ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ, ବିଧାୟକ ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର

ବ୍ରହ୍ମପୁର:  ଗୋପାଳପୁର ନିର୍ବାଚନମଣ୍ଡଳିରେ ବିଜେପିର ଦାଦାଗିରି । ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଏକ ବୁଥ୍ ନିକଟରେ ଅଶାଳୀନ ବ୍ଯବହାର ଅଭିଯୋଗ । ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ଯମ କରିଥିଲେ ବିଜେପି କର୍ମୀ ।

ବିକ୍ରମ ପଣ୍ଡା ବୁଥ ଅନୁଧ୍ଯାନ ପାଇଁ ଯାଉଥିବାବେଳେ କିଛି ବିଜେପି କର୍ମୀ ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ । ବିଜେଡି ବିଧାୟକ ପ୍ରାର୍ଥୀ ଓ କର୍ମୀଙ୍କୁ ଅଶାଳୀନ ବ୍ଯବହାର କରିଥିବା ଅଭିଯୋଗ ହୋଇଛି ।

ସେପଟେ ଭୈରବୀ ମନ୍ଦିରରୁ ଦର୍ଶନ ସାରି ୩ ବିଜେଡି କର୍ମୀ ଫେରୁଥିବାବେଳେ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି । ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନାଙ୍କ ଉପସ୍ଥିତିରେ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ବିଜେଡି କର୍ମୀ ହେଲେ କେ. ସନ୍ତୋଷ ଦାସ, କେଦାର ବେହେରା ଓ ବିକି ବେହେରା । ସମସ୍ତେ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବିଜେଡି କର୍ମୀଙ୍କ ଅଭିଯୋଗ ଅନୁସାରେ, ବିଜେପି କର୍ମୀ ଆକ୍ରମଣ କରିବା ସହ ସେମାନଙ୍କ ସୁନା ଚେନ ଓ ମୁଦି ଲୁଟ୍ କରିଛନ୍ତି ।