ପଦମପୁରରେ ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପଦମପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ଆଚରଣ ବିଧି ଉଲ୍ଳଂଘନ  । ନିର୍ବାଚନ କମିଶନଙ୍କ ନିୟମକୁ ମାନିଲାନି ବିଜେପି  । ପ୍ରାର୍ଥୀ ପ୍ରଦୀପ ପୁରୋହୀତ ଭୋଟ ଭିକ୍ଷା କରୁଥିବାବେଳେ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି  । ଏହି ସମୟରେ ସେଠାରେ ଖବର ସଂଗ୍ରହ କରୁଥିବା ବରିଷ୍ଠ ସାମ୍ବାଦିକ ରାଜକିଶୋର ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ  ।

ଗୁରୁତର ଆହତ ହୋଇଛନ୍ତି ନନ୍ଦିଘୋଷ ଟିଭିର ବରିଷ୍ଠ ସାମ୍ବାଦିକ ରାଜକିଶୋର ବେହେରା  । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି  । ଖବର ସଂଗ୍ରହ ବେଳେ ଏପରି ଆକ୍ରମଣର କାରଣ କଣ ହୋଇପାରେ  । ଏଠି ପ୍ରଶ୍ନ ଉଠୁଛି  କାହିଁକି ନିର୍ଦ୍ଧିଷ୍ଟ ଗଣ ମାଧ୍ୟମର ସାମ୍ବାଦିକଙ୍କୁ ଆକ୍ରମଣ କରୁଛନ୍ତି ବିଜେପି କର୍ମୀ  । କିଛିଦିନ ତଳେ ନନ୍ଦିଘୋଷ ଟିଭିର ଅନ୍ୟ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ବିଜେପି ଗୁଣ୍ଡା  ।

ଆଜି ବରିହାପାଲିରେ ବିଜେପି ପ୍ରାର୍ଥୀ ସମୟ ସରିବା ପରେ ମଧ୍ୟ ପ୍ରଚାର କରୁଥିଲେ  । ନିର୍ବାଚନ କମିଶନଙ୍କ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିଲେ ପ୍ରାର୍ଥୀ  । ସେହି ସମୟରେ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି  । ନନ୍ଦିଘୋଷ ଟିଭି ପ୍ରତିନିଧି ରାଜକିଶୋର ବେହେରେ ଯେତେବେଳେ ପ୍ରଦୀପ ପୁରୋହିତଙ୍କୁ ଏନେଇ ପ୍ରଶ୍ନ କରିଥିଲେ, ସେତେବେଳେ ସେ ଉତକ୍ଷିପ୍ତ ହୋଇ ପଡିଥିଲେ  । ଏଥି ସହିତ ତାଙ୍କ ସାଥିରେ ଥିବା କର୍ମୀ ମଧ୍ୟ ଅଶ୍ଲୀଳ ଭାଷାରେ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ  । ଏଥି ସହିତ କ୍ୟାମେରା ଛଡାଇ ନେଇ ଭାଙ୍ଗି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି  ।