Assembly By Election: ଦେଶର ୫୯ଟି ଆସନରୁ ୪୦ଟିରେ ଫୁଟିଲା ପଦ୍ମ

1 min read
BJP Won 40 Seats Out Of 59 In Assembly By Polls In 11 States

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସହ ୧୧ ରାଜ୍ୟର ୫୯ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନ ଫଳାଫଳ ଆସିଛି । ଉପନିର୍ବାଚନରେ ବିରୋଧୀଙ୍କ ଉପରେ ଭାରି ପଡ଼ିଛି ବିଜେପି । ୧୧ ରାଜ୍ୟରେ ୫୯ଟି ଆସନରୁ ୪୦ଟିରେ ବିଜେପି ବାଜି ମାରି ନେଇଛି । କେଉଁଠି ଦଳ ପୂର୍ବରୁ ଜିତିଥିବା ବେଳେ ଉପନିର୍ବାଚନରେ ପରାଜୟ ହାସଲ କରିଛି ତ ଆଉ କେଉଁଠି ଫୁଟାଇଛି ପଦ୍ମ । ମୋଟାମୋଟି ଭାବେ କହିବାକୁ ଗଲେ ଉପନିର୍ବାଚନରେ ଭଲ କରିଛି ବିଜେପି । ଅନ୍ୟପଟେ ବିହାରରେ ବିଜେପି ଦଳଗତ ଭାବେ ଏକାକୀ ଅଧିକ ସିଟ୍ ଜିତିଥିବା ବେଳେ ଏନଡିଏ ମେଣ୍ଟ ସବୁଠୁ ଅଧିକ ଭୋଟ୍ ପାଇଛି ।

BJP Won 40 Seats Out Of 59 In Assembly By Polls In 11 States

୧୧ ରାଜ୍ୟରେ ନିର୍ବାଚନ

ଦେଶର ୧୧ ରାଜ୍ୟ ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ନାଗାଲାଣ୍ଡ, ଓଡ଼ିଶା, ତେଲଙ୍ଗାନା ଓ ଉତ୍ତରପ୍ରଦେଶର ପ୍ରାୟ ୫୯ଟି ବିଧାନସଭା ଆସନରେ ନଭେମ୍ବର ୩ରେ ଉପନିର୍ବାଚନ ହୋଇଥିଲା । ଏଥିରେ ଛତିଶଗଡ଼-ହରିୟାଣା ଓ ତେଲଙ୍ଗାନାର ଗୋଟିଏ ଗୋଟିଏ ଆସନ ରହିଥିବା ବେଳେ ଝାଡ଼ଖଣ୍ଡ-କର୍ଣ୍ଣାଟକ-ନାଗାଲାଣ୍ଡ ଓ ଓଡ଼ିଶାର ୨ଟି ଲେଖାଏଁ, ମଣିପୁରର ୫ଟି, ଉତ୍ତରପ୍ରଦେଶର ୭ଟି, ଗୁଜରାଟର ୮ଟି ଓ ମଧ୍ୟପ୍ରଦେଶରେ ସର୍ବାଧିକ ୨୮ଟି ଆସନରେ ମତଦାନ ହୋଇଥିଲା ।

BJP Won 40 Seats Out Of 59 In Assembly By Polls In 11 States

୪୦ ଆସନରେ ଫୁଟିଲା ପଦ୍ମ

ଉପନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି । ୫୯ଟି ଆସନରୁ ୪୦ଟିରେ ବିଜେପି ଜିତିଛି । ଉତ୍ତରପ୍ରଦେଶରେ ୬ଟି, ତେଲଙ୍ଗାନାରେ ଗୋଟିଏ, କର୍ଣ୍ଣାଟକରେ ୨ଟି, ମଣିପୁରରେ ୪ଟି, ଗୁଜରାଟରେ ୮ଟି ଓ ମଧ୍ୟପ୍ରଦେଶରେ ବିଜେପି ୧୯ଟି ସିଟ୍ ଦଖଲ କରିଛି । ଓଡ଼ିଶାର ୨ଟି ଆସନରେ ବିଜେପି ପରାଜୟ ବରଣ କରିଛି । ଏପରିକି ସାଧାରଣ ନିର୍ବାଚନରେ ବାଲେଶ୍ୱର ସଦର ଆସନକୁ ଅକ୍ତିଆର କରିଥିବା ବିଜେପି ଉପନିର୍ବାଚନରେ ପରାଜୟ ବରଣ କରିଛି । ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ବିଜୟୀ ହୋଇଛି ବିଜେଡି ।

Shivraj Singh Chouhan

୧୯ ସିଟରେ କିଏ ଜିତିଲା ?

୫୯ଟିରୁ ୪୦ଟିରେ ବିଜେପି ଜିତିଛି । ୧୯ଟି ସିଟକୁ କବଜା କରି ନେଇଛନ୍ତି ଅନ୍ୟ ଦଳ । ଏଥିରେ ଛତିଶଗଡ଼ ଓ ହରିୟାଣାର ଗୋଟିଏ ଗୋଟିଏ ଆସନ କଂଗ୍ରେସ ଜିତିଛି । ଝାଡ଼ଖଣ୍ଡରେ ୨ଟି ସିଟରୁ ଗୋଟିଏ କଂଗ୍ରେସ ଅନ୍ୟଟିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜୟୀ ହୋଇଛି । ନାଗାଲାଣ୍ଡର ୨ଟି ଆସନରୁ ଗୋଟିଏରେ ନ୍ୟାସନାଲ ଡେମୋକ୍ରାଟିକ ପ୍ରୋଗ୍ରୋସିଭ ପାର୍ଟି ଓ ଅନ୍ୟଟି ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ଓଡ଼ିଶାରେ ୨ଟି ଯାକ ଆସନ ବିଜେଡି ଖାତାକୁ ଯାଇଛି । ମଣିପୁରର ୪ଟି ଆସନକୁ ବିଜେପି ହାତେଇଥିବା ବେଳେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ଉତ୍ତରପ୍ରଦେଶରେ ୭ଟିରୁ ୬ଟିରେ ବିଜୟ ବାନା ଉଡ଼ାଇଛି ବିଜେପି । ଯେତେବେଳେ କି ଗୋଟିଏ ସିଟ୍ ସମାଜବାଦୀ ପାର୍ଟି ହାତେଇଛି । ମଧ୍ୟପ୍ରଦେଶରେ ୨୮ଟି ଆସନରେ ଉପନିର୍ବାଚନ ହୋଇଥିବା ବେଳେ ୧୯ଟିରେ ବିଜେପି ଜିତିଛି । ବାକି ୯ଟିରୁ ୮ଟିରେ କଂଗ୍ରେସ ଓ ଗୋଟିଏରେ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଜିତିଛି ।

Leave a Reply