ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି, ଓଡିଶାରେ ସରକାର ଗଠନ କରିପାରିବନି ବିଜେପି

ଭୁବନେଶ୍ବର: ଓଡିଶାରେ ସରକାର ଗଠନ କରିପାରିବନି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେପି କର୍ଣ୍ଣାଟକ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ ମଧ୍ୟ ସରକାର ଗଠନ କରିବେ ବୋଲି ଦାବି କରିଥିଲେ । କିନ୍ତୁ ଏହି ତିନି ରାଜ୍ୟରେ ବିଜେପି ଫେଲ ମାରିଥିଲା ।

ଓଡିଶାରେ ମଧ୍ୟ ବିଜେପି ଫେଲ ମାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ବିଜେପିର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡିଶା ଆସି ଅଶାଳୀନ ଭାଷା ବ୍ୟବହାର କରିବାକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନେ ଓଡିଶା ଅତିଥି ଭଳି ଆସି ମିଛ ଅଭିଯୋଗ ମଧ୍ୟ କରୁଛନ୍ତି । ଏଥିରୁ ବିଜେପିର କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଏଥିରୁ କ୍ଷାନ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ମିଛ ଅଭିଯୋଗ ଓ ଅଶାଳୀନ ଭାଷା ବ୍ୟବହାରକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି ।