ଏକାକୀ ସରକାର ଗଢ଼ିବାକୁ ମନା କଲା ବିଜେପି, ସର୍ତ୍ତ ରଖିଲା ଏନସିପି
1 min read
ମୁମ୍ବାଇ: ମହାରାଷ୍ଟ୍ରରେ ଏକାକୀ ସରକାର ଗଢ଼ିବନି ବିଜେପି । ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଓ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏନେଇ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ଅବଗତ କରାଇଛନ୍ତି । ଜନତା ବିଜେପି-ଶିବସେନା ମେଣ୍ଟକୁ ବହୁମତ ଦେଇଥିଲେ । କିନ୍ତୁ ସରକାର ଗଠନ ପାଇଁ ଶିବସେନା ପ୍ରସ୍ତୁତ ନଥିବାରୁ ଆମେ ସରକାର ଗଢ଼ି ପାରୁନାହୁଁ ବୋଲି ବିଜେପି କହିଛି ।

ସେପଟେ ଏବେ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଅଡ଼ି ବସିଛି । ଶିବସେନା ସରକାର ଗଢ଼ିବ ଓ ମୁଖ୍ୟମନ୍ତ୍ର କିଏ ହେବ ତାହା ଉଦ୍ଧବ ଠାକରେ ନିଷ୍ପତ୍ତି ନେବେ ବୋଲି ସଞ୍ଜୟ ରାୱତ କହିଛନ୍ତି ।

ଅନ୍ୟପଟେ ଶିବସେନା ସହଯୋଗରେ ସରକାର ଗଢ଼ିବାକୁ ମନା କରିଥିବା ଏନସିପି ସର୍ତ୍ତ ରଖିଛି । ଶିବସେନା ଏନଡିଏ ଛାଡ଼ିଲେ ଦଳ କୌଣସି ନିଷ୍ପତ୍ତି ନେବ । ଏପରିକି ମୁଖ୍ୟମନ୍ତ୍ରୀ ପଦ ନେଇ ସେନା ଏକା ନିଷ୍ପତ୍ତି ନେଇପାରିବ ନାହିଁ । ଆମେ ଶିବସେନା ପାଖକୁ ପ୍ରସ୍ତାବ ନେଇ ଯିବୁ ନାହିଁ ବରଂ ସେନା ଆମ ପାଖକୁ ଆସିବ ବୋଲି ଏନସିପି ପକ୍ଷରୁ କୁହାଯାଇଛି ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନାକୁ ୫୬ଟି ଆସନ ମିଳିଛି । କଂଗ୍ରେସ ୪୪, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୫୪ ବିଧାୟକ ଅଛନ୍ତି । ')}