ହରିୟାଣାରେ ଚିତ୍ର ସ୍ପଷ୍ଟ, ବିଜେପିରୁ ମୁଖ୍ୟମନ୍ତ୍ରୀ-ଜେଜେପିରୁ ଉପମୁଖ୍ୟମନ୍ତ୍ରୀ

1 min read

ହରିୟାଣାରେ ଭାରତୀୟ ଜନାତ ପାର୍ଟି ଓ ଜନନାୟକ ଜନତା ପାର୍ଟି ମଧ୍ୟରେ ମେଣ୍ଟ ନିଷ୍ପତ୍ତି ପରେ ଆଜି ସରକାର ଗଠନ ନେଇ ଦାବି ଜଣାଇବ ବିଜେପି । ହରିୟାଣରେ ବିଜେପିରୁ ମୁଖ୍ୟମନ୍ତ୍ରୀ ଓ ଜେଜେପିରୁ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁକ୍ରବାର ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରେସମିଟ୍‌ରେ ସୂଚନା ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏଥିସହ ପୁଣିଥରେ ଖଟ୍ଟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ଶାହା । ଏଣୁ ଆଜି ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟରରେ ସରକାର ଗଠନ ନେଇ ଦାବି ଜଣାଇବେ ବିଜେପି ନେତା ମନହୋରଲାଲ୍‌ ଖଟ୍ଟର । ତେବେ ଶନିବାର ଚଣ୍ଡିଗଡ଼ରେ ବିଧାୟକ ଦଳ ନେତା ନେଇ ନିର୍ବାଚନ ପରେ ରାଜ୍ୟପାଳଙ୍କୁ ଭେଟିପାରନ୍ତି ଖଟ୍ଟର । ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧିବଦ୍ଧଭାବେ ଘୋଷଣା ହୋଇନଥିଲେ ବି ସେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ଥିବା ଜାତୀୟ ଗଣମାଧ୍ୟମରେ ଚଚ୍ଚା ହେଉଛି ।

ଚଳିତ ନିର୍ବାଚନରେ ହରିୟାଣାର ୯୦ଟି ବିଧାନସଭା ଆସନରୁ ବିଜେପି ୪୦ଟି ସିଟ୍ ହାତେଇପାରିଥିଲା । ମାତ୍ର ୬ଟି ଆସନ କମ୍ ଥିବାରୁ ସରକାର ଗଠନରୁ ବଞ୍ଚିତ ହୋଇଥିଲା ବିଜେପି । ଏଣୁ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଲୋଡ଼ିଥିଲା । ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ ନେଇ ସକ୍ଷମ ଥିଲେ ହେଁ ସ୍ଥାୟୀ ସରକାର ଗଠନ ନେଇ ଜେଜେପି ସହ ମେଣ୍ଟ କରିଛି ବିଜେପି । ')}

Leave a Reply