ପଞ୍ଜାବରେ ୧୧୭ ଆସନରେ ନିର୍ବାଚନ ଲଢ଼ିବ ବିଜେପି

ଚଣ୍ଡିଗଡ଼: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ନିର୍ବାଚନରେ ଏକାକୀ ଲଢ଼ିବ ବିଜେପି । ପଞ୍ଜାବର ସମସ୍ତ ୧୧୭ଟି ଆସନରେ ପ୍ରାର୍ଥୀ ଦେବ ଭାରତୀୟ ଜନତା ପାର୍ଟି । ଏନେଇ ପଞ୍ଜାବ ବିଜେପି ସଭାପତି ଅଶ୍ବିନୀ ଶର୍ମା କହିଛନ୍ତି । ଦିଲ୍ଲୀରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଭର୍ଚୁଆଲ ମୋଡରେ ଯୋଗ ଦେଇ ଏହା କହିଛନ୍ତି ଅଶ୍ବିନୀ ଶର୍ମା । ତେବେ ୨୦୧୭ରେ ହୋଇଥିବା ପଞ୍ଜାବ ନିର୍ବାଚନରେ କଂଗ୍ରେସ ୭୭ଟି ସିଟ୍ ଜିତି ସରକାର କରିଥିଲା । ଏହା ପୂର୍ବରୁ ପଞ୍ଜାବରେ ୧୦ ବର୍ଷ ଧରି ବିଜେପି ଓ ଅକାଳୀ ଦଳର ସରକାର ଥିଲା ।

ତେବେ ୨୦୧୭ ମସିହାରେ ପଞ୍ଜାବରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପରେ ଦ୍ବିତୀୟ ସ୍ଥାନରେ ଥିଲା ଆମ୍ ଆଦମୀ ପାର୍ଟି । ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୨୦ଟି ସିଟ୍ ଜିତିଥିଲା ଆମ୍ ଆଦମୀ ପାର୍ଟି । ଆମ୍ ଆଦମୀ ପାର୍ଟି ପରେ ୧୫ଟି ସିଟ୍ ଜିତି ତୃତୀୟ ସ୍ଥାନରେ ଥିଲା ଶିରୋମଣୀ ଅକାଳୀ ଦଳ । ୨୦୧୭ରେ ବିଜେପି ଶୋଚନୀୟ ପରାଜୟ ବରଣ କରିଥିଲା । ବିଜେପି ପଞ୍ଜାବରେ ମାତ୍ର ୩ଟି ଆସନ ଜିତିଥିଲା ।

ତେବେ ରବିବାର ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯୋଗ ଦେଇଥିଲେ । ଆସନ୍ତା ବର୍ଷ ୭ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ରଣନୀତି ନେଇ ବୈଠକରେ ଆଲୋଚନା ହୋଇପାରେ।

Leave a Reply