‘ବିଜେପି କ’ଣ କେବଳ ହିନ୍ଦୁ, ଅନ୍ୟମାନେ ଆକାଶରୁ ଖସିଆସି କ’ଣ ରାସ୍ତାରେ ପଡ଼ିଛନ୍ତି’

1 min read

ପାଣାଜି: ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରତିଷ୍ଠାତା ମମତା ବାନାର୍ଜୀ । ବିଜେପି ବାଲା ଭାବନ୍ତି ସେମାନେ କେବଳ ହିନ୍ଦୁ, ଅନ୍ୟମାନେ କ’ଣ ଆକାଶରୁ ଖସି ଆସି ରୋଡରେ ପଡ଼ିଛନ୍ତି ।

ଦକ୍ଷିଣ ଗୋଆରେ ଅନୁଷ୍ଠିତ ଦଳୀୟ ସମାବେଶରେ ଯୋଗ ଦେଇ ସେ ଶାସକ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ବାଂଲାଦେଶ ଏବଂ ରାଜସ୍ଥାନରେ ହିଂସା ନେଇ ଫେକ୍ ଭିଡିଓ ସେୟାର କରିବା ସହ ପଶ୍ଚିମବଙ୍ଗ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିପାରୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଲଭ୍‌ଲି ଇଣ୍ଡିଆ ଉପରେ ଗୁରୁତ୍ୱ ଦେଇଛନ୍ତି ମମତା ବନାର୍ଜୀ । ସେ କହିଛନ୍ତି ତ୍ୟାଗର ମାନେ ହେଉଛି ହିନ୍ଦୁଜିମ୍, ଇମାନ୍ (ବିଶ୍ୱାସ)ର ମାନେ ହେଉଛି ମୁସଲମାନ୍, ପ୍ୟାର୍ (ପ୍ରେମ)ର ମାନେ ହେଉଛି ଇସାଇ ଓ ଶିଖ୍‌ର ମାନେ ହେଉଛି ବଳିଦାନ ଏମାନଙ୍କୁ ନେଇ ଆମ ଲଭ୍‌ଲି ଇଣ୍ଡିଆ ।

ମୁଁ ମଧ୍ୟ ହିନ୍ଦୁ ପରିବାରରେ ଜନ୍ମ ହୋଇଛନ୍ତି ତାଙ୍କ ପରିବାର ଲୋକେ ମୁସଲିମ୍ କିମ୍ୱା ଖ୍ରୀଷ୍ଟିଆନ୍ ଓ ଶିଖ୍ ସମ୍ପ୍ରଦାୟର ଲୋକଙ୍କୁ ଘୃଣା କରିବା ଶିଖାଇନାହାନ୍ତି । ସେ ଆହୁରି କହିଛନ୍ତି ଯେ, ଦେଶର କିଛି ରାଜେନୖତିକ ଦଳ ନିଜକୁ ଜମିଦାର ପାର୍ଟି ବୋଲି ମଣନ୍ତି । ସେ ନିଜେ କିଛି କରନ୍ତିନାହିଁ କି ଅନ୍ୟମାନଙ୍କୁ କିଛି କରିବାକୁ ଦିଅନ୍ତିନାହିଁ । କଂଗ୍ରେସ ଯଦି ପ୍ରକୃତରେ ଚାହୁଁଛି ଗୋଆରେ ବିଜେପି କ୍ଷମତା ନଆସୁ ତେବେ ସେମାନେ ଟିଏମ୍‌ସି ସହ ମେଣ୍ଟ କରିବା ଉଚିତ୍ । ଯାହା ଦ୍ୱାରା ଭୋଟ ବିଭାଜନକୁ ରୋକାଯାଇପାରିବ । ଯଦି କଂଗ୍ରେସ ବିଜେପିକୁ ଗାଦିଚ୍ୟୁତ କରିବା ନେଇ କାର୍ଯ୍ୟ କରୁଛି ତେବେ  ଆମର କିଛି କହିବାରନାହିଁ । କିନ୍ତୁ ଆମେ ଏମ୍‌ଜିପି ସହ ଏକ ମେଣ୍ଟ ଗଢ଼ିଛୁ ଯାହା ବିଜେପିର ବିକଳ୍ପ । କଂଗ୍ରେସ ଚାହିଁଲେ ଏଥିରେ ଯୋଗଦେଇପାରିବେ ।

ଏଥିସହିତ ପଢ଼ନ୍ତୁ: BSKYରେ ଯୋଡ଼ି ହେବ ନୟାଗଡ଼ ଓ ଜଗତସିଂହପୁର: ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Leave a Reply