ଯିଶୁ ହିଁ ପ୍ରକୃତ ଇଶ୍ୱର,ରାହୁଲଙ୍କୁ ଏମିତି ବୁଝାଇ ଥିବା ପାଦ୍ରୀ ଜେଲ୍ ଫେରନ୍ତା
ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାର ପୁରୋଧାଙ୍କ ସହ ଭାରତ ତୋଡୋ ଆଇକନ୍ । କିଛି ଏଭଳି ଢଙ୍ଗରେ ଟ୍ବିଟ କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା । ପାଦ୍ରୀ ଜଜ ପୋନ୍ନାୟାଙ୍କ ସହ ସାକ୍ଷାତ ପରେ ବିବାଦରେ ରାହୁଲ ଗାନ୍ଧୀ । ରାହୁଲଙ୍କ ସାକ୍ଷାତକାରର ଏକ ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି ବିଜେପି ନେତା ଶେହଜାଦ ପୁନାୱାଲା । ଯେଉଁଥିରେ ପାଦ୍ରୀ କହୁଛନ୍ତି ଯୀଶୁ ହିଁ ଏକମାତ୍ର ଇଶ୍ବର । ଶକ୍ତି ଭଳି ଯୀଶୁଙ୍କ କୌଣସି ଅବତାର ନାହିଁ । ସେ ମନୁଷ୍ୟ.. ସେ ହିଁ ଭଗବାନ ବୋଲି ରାହୁଲଙ୍କୁ ବୁଝାଉଛନ୍ତି ପାଦ୍ରୀ ।
ଭିଡିଓ ଭାଇରାଲ ପରେ ଦଙ୍ଗା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପାଦ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇ ତାଙ୍କୁ ଗିରଫ କରାଯାଇଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରା ସମୟରେ ହିଁ ଏକ ଭିଡିଓ ଟ୍ବିଟ କରିଥିଲେ ବିଜେପି ପ୍ରବକ୍ତା । ସେ କହିଛନ୍ତି ଏକଦା ଖାଲି ପାଦରେ ଯାତ୍ରା କରୁଥିବା ଲୋକଙ୍କୁ ତାତ୍ସଲ୍ୟ କରିଥିଲେ ପାଦ୍ରୀ । ଭାରତ ମାତାକୁ ଅପରିଷ୍କାର ଓ ସଂକ୍ରମଣର ସ୍ରୋତ ବି କହିଥିଲେ । ଏଣୁ ଇସାଇ ଧର୍ମୀ ଜୋତା ପିନ୍ଧିଥାନ୍ତି ବୋଲି ତାତ୍ସଲ୍ୟ କରିବାକୁ ଭୁଲି ନଥିଲେ ପାଦ୍ରୀ । ହେଲେ ସେଭଳି ଜଣେ ବ୍ୟକ୍ତିତ୍ବଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧୀ ।
ଏପରି ବିବାଦୀୟ ମନ୍ତବ୍ୟ ପରେ ମାଦ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ପାଦ୍ରୀ । ଯାହାକୁ କଡା ଭର୍ତ୍ସନା କରିଥିଲେ ହାଇକୋର୍ଟ । ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଅନ୍ୟ ଧର୍ମ ବା ଧାର୍ମିକ ମାନ୍ୟତାକୁ କେହି ଅପମାନ କରିପାରିବେ ନାହିଁ । ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ବିଲକୁଲ୍ ବି ଆଘାତ ପହଞ୍ଚାଇବା ଉଚିତ ନୁହେଁ । ପାଦ୍ରୀଙ୍କ ଭାଷଣ ଶୁଣିବା ପରେ ଯେ କେହି ବି ବୁଝିପାରିବେ ଯେ ସେ ଜାଣିଶୁଣି ହିନ୍ଦୁ ଧର୍ମକୁ ଟାର୍ଗେଟ କରୁଛନ୍ତି । ସ୍ପଷ୍ଟ ଭାବେ କହିବାକୁ ଗଲେ ପାଦ୍ରୀ ହିନ୍ଦୁ ସମୁଦାୟ ବିରୋଧରେ ମୁସଲିମ ସମ୍ପ୍ରଦାୟକୁ ଉସୁକାଇବାକୁ ପ୍ରୟାସ କରୁଛନ୍ତି । ଧର୍ମ ଆଧାରରେ ଏଭଳି ପାର୍ଥକ୍ୟ କରାଯାଉଥିବା କହିଛନ୍ତି ମାନ୍ୟବର କୋର୍ଟ ।
ଗତବର୍ଷ ମାତା ଧରିତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରି ଗିରଫ ହୋଇଥିଲେ ପାଦ୍ରୀ ।