ୟୁପି ବିଧାନ ପରିଷଦ ନିର୍ବାଚନରେ ବିଜେପିକୁ ଝଟକା, ବାରଣାସୀ ଆସନ ହାତେଇଲା ସ୍ୱାଧୀନ ପ୍ରାର୍ଥୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନ ପରିଷଦ ବା ଏମଏଲସି ନିର୍ବାଚନ । ଖୋଦ୍ ବିଜେପି ଗଡ଼ରେ ହାରିଲେ ବିଜେପି ପ୍ରାର୍ଥୀ । ବାରଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ପରାଜୟ ହୋଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଆଜମଗଡ଼, ବାରଣାସୀ, ପ୍ରତାପଗଡ଼ ଆସନକୁ କବଜା କରିଛନ୍ତି । ମୋଟ ୩୬ ଏମଏଲସିରୁ ବିଜେପି ୩୩ଟି ଆସନ ହାତେଇଥିବାବେଳେ ବିଜେପିର ଗଡ଼ କୁହାଯାଉଥିବା ବାରଣାସୀରେ ବିଜେପିର ପତ୍ତା ସାଫ୍ ହୋଇଛି । ସେପଟେ ବିଧାନ ପରିଷଦ ନିର୍ବାଚନରେ ସମାଜବାଦୀ ପାର୍ଟି ଖାତା ଖୋଲିପାରିନାହିଁ । ବିଧାନସଭା ନିର୍ବାଚନ ତାତି ନ ଯାଉଣୁ ବିଜେପି ପ୍ରାର୍ଥୀଙ୍କ ପରାଜୟ ଚର୍ଚ୍ଚାର କାରଣ ହୋଇଛି । ବିଜୟୀ ୩ ସ୍ୱାଧୀନ ପ୍ରାର୍ଥୀ ଠାକୁର ସମ୍ପ୍ରଦାୟର ହୋଇଥିବାବେଳେ ବିଜେପିର ବିଜୟ ପଥରେ ସାଜିଥିଲେ କଣ୍ଟା । ବାରଣାସୀ ଆସନରେ ବାହୁବଳୀ ବ୍ରିଜେଶ ସିଂଙ୍କ ପତ୍ନୀ ତଥା ସ୍ୱାଧୀନ ପ୍ରାର୍ଥୀ ଅନ୍ନପୂର୍ଣ୍ଣା ବୃହତ ମାର୍ଜିନରେ ବିଜୟୀ ହୋଇଛନ୍ତି । ସେହିପରି ପ୍ରତାପଗଡ଼ ଆସନରେ କୁଣ୍ଡା ବିଧାୟକ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭୈୟାଙ୍କ ଘନିଷ୍ଠ ଅକ୍ଷୟ ପ୍ରତାପ ସିଂ ବିଜୟୀ ହୋଇଛନ୍ତି । ଆଜମଗଡ଼ରେ ବିଜେପିକୁ ମାତ୍ ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ହେଲେ ବିକ୍ରାନ୍ତ ସିଂ ।