ଦାଦାବଟି ମାଗି ମାଡ ଖାଇଲେ ବିଜେପି ସମର୍ଥିତ ସରପଞ୍ଚ

ସମ୍ବଲପୁର : ଦାଦାବଟି ମାଗିବାକୁ ଯାଇ ମାଡ ଖାଇଲେ ବିଜେପି ସମର୍ଥିତ ସରପଞ୍ଚ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମରା ବ୍ଲକରେ । କବରାପାଲି ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ ଜୟନ୍ତପୁର ପଞ୍ଚାୟତ ନିକଟରେ ଥିବା ଏକ କେମିକାଲ ପ୍ୟାକ୍ଟ୍ରିର ମ୍ୟାନେଜରକୁ ଧମକ ଦେବା ସହ ବଟି ମାଗିଥିଲେ । ଏ ନେଇ ଜୟନ୍ତପୁର ସରପଞ୍ଚଙ୍କ ସମର୍ଥକ ଅନ୍ତର୍ଯ୍ୟାମୀଙ୍କୁ ଏକ ଢାବାରେ ମାଡ଼ ମାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଥାନାରେ ଏ ନେଇ ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି । ପୂର୍ବରୁ ବଟି ମାଗିବା ନେଇ ସରପଞ୍ଚଙ୍କ ନାଁରେ ବଟି ମାଗିବା ଅଭିଯୋଗ ଥିବା ବେଳେ ପୋଲିସକୁ ଦୁର୍ବ୍ୟବହାର କରି କୋର୍ଟ ଚାଲାଣ ହୋଇଥିଲେ ।