ବିଜେଡିରେ ମିଶିଲେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସାମ୍ପାଦିକା ରୀତାଞ୍ଜଳି ପ୍ରଧାନ

ଭୁବନେଶ୍ୱର : ଶଙ୍ଖ ଭବନରେ ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ବିଜେପି ନେତ୍ରୀ ଗୀତାଞ୍ଜଳି ପ୍ରଧାନ । ବିଜେପି ରାଜ୍ୟ ଓବିସି ମୋର୍ଚ୍ଚାର ସମ୍ପାଦିକା ଥିଲେ ଗୀତାଞ୍ଜଳି । ବୋଲଗଡ଼ ବେଗୁନିଆ ପାଇଁ କାମ କରିଛନ୍ତି । ଗୀତାଞ୍ଜଳିଙ୍କୁ ଦଳକୁ ସ୍ୱାଗତ କରିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସମାଜସେବା କ୍ଷେତ୍ରରେ ଗୀତାଞ୍ଜଳିଙ୍କର ରହିଛି ୨୦ବର୍ଷର ଅଭିଜ୍ଞତା । ସୂଚନା ଅନୁଯାୟୀ ରିତାଞ୍ଜଳୀ ପ୍ରଧାନ ଥିଲେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦିକା । ଆଜି ସେ ବିଜେପି ଛାଡିଛନ୍ତି ସେ ବିଶ୍ୱ ଅର୍ଥନୈତିକ ଫୋରମ୍ ସଦସ୍ୟ ଓ ବୋଲଗଡ ବେଗୁନିଆ ବିକାଶ ପାଇଁ ସେ ସର୍ବଦା ଅାଗକୁ ଅାସିଛନ୍ତି । ଗତ ୨୦ବର୍ଷରୁ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ କରିଛନ୍ତି । କୋଟପାଡ଼ରେ ଜମିହୀନଙ୍କୁ ସେ ପଟା ଯୋଗାଇବାରେ ସହଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ।

ଏଭଳି ମହିଳାଙ୍କୁ ପାଇ ବିଜେଡି ଗର୍ବିତ ବୋଲି ସସ୍ମିତ କହିଲେ ।  ରିତାଞ୍ଜଳୀ ପ୍ରଧାନ କହିଲେ ମତେ ଖରାପ ଲାଗୁଛି କହିବାକୁ ଯେ ବିଜେପିରେ କାମ କରୁଥିଲି । ଦଳରେ ଯାହା ଅନୁଭବ ରହିଲା କଣ କହିବି । ଈଶ୍ୱରଙ୍କ କୃପା ଯୋଗୁଁ ବିଜେଡିକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଯେ ମୋତେ ଦଳରେ ସ୍ଥାନ ଦେଇଥିବାରୁ । ବିଜେପିରୁ ବିଗତ ଦିନରୁ ବହୁ ମହିଳା ଆସିଛନ୍ତି ମୋର ସମାଜସେବା ଅଭିଜ୍ଞତା ନେଇ ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କାମ କରିବି । ରେକର୍ଡ କରିବୁ ବିଜେଡି ପାଇଁ ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମୋର ଶକ୍ତି ସାମର୍ଥ୍ୟ ଲଗାଇ କାମ କରିବାକୁ କହିଥିଲେ ରୀତାଞ୍ଜଳି ପ୍ରଧାନ ।