କରୋନା ଲକ୍ଷଣ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର
1 min readନୂଆଦିଲ୍ଲୀ: ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ତାଙ୍କ ପାଖରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି । ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ନ୍ୟୁଜ ଚ୍ୟାନେଲ ଗୁଡ଼ିକରେ ସମ୍ବିତ ପାତ୍ରଙ୍କୁ ବିଜେପିର ପକ୍ଷ ରଖୁଥିବା ଦେଖିବାକୁ ମିଳିଥାଏ ।
BJP national spokesperson Sambit Patra has been admitted to a private hospital in Gurgaon after he showed symptoms of #COVID19 PTI quoted sources as sayinghttps://t.co/1qLTvgVdqQ
— The Indian Express (@IndianExpress) May 28, 2020
ବିଶ୍ୱର ସର୍ବବୃହତ ଦଳର ଜାତୀୟ ମୁଖପାତ୍ର ହେବା ବ୍ୟତୀତ ସମ୍ବିତ ପାତ୍ର ଜଣେ ସର୍ଜନ ମଧ୍ୟ ଅଟନ୍ତି । ସେ ହିନ୍ଦୁ ରାଓ ହସ୍ପିଟାଲରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟ କରିଛନ୍ତି। ONGC ବୋର୍ଡର ଅଣ- ସରକାରୀ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ପାତ୍ର ଅନ୍ୟତମ ।
ମୂଳତ ଓଡିଶାର ବାସିନ୍ଦା ପାତ୍ର ୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ବିଜୁ ଜନତା ଦଳ ପ୍ରାର୍ଥୀ ପିନାକି ମିଶ୍ରଙ୍କ ଠାରୁ ୧୧,୭୦୦ ଭୋଟରେ ହାରିଯାଇଥିଲେ । ସୋସିଆଲ ମିଡିଆରେ ମଧ୍ୟ ସେ ଖୁବ ସକ୍ରିୟ ଥିବା ଦେଖିବାକୁ ମିଳେ । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ତାଙ୍କର ୪.୪ ମିଲିୟନ ଫଲୋୟର୍ସ ଅଛନ୍ତି ।
Get well soon @sambitswaraj Bhai. #DefeatCorona
— Tajinder Bagga (Modi Ka Parivar) (@TajinderBagga) May 28, 2020