ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି ୧୫୧ କୋଟି

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଦୁଷ୍ଠିତ ହୋଇଥିଲା । ଏହି ସମସ୍ତ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସମସ୍ତ ରାଜ୍ୟରେ ନିର୍ବାଚନ ଲଢ଼ିଥିଲା । ଭାରତୀୟ ଜନତା ପାର୍ଟି ଆସାମ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ଓ କେରଳରେ ହୋଇଥିବା ବିଧାନସଭା ନିର୍ବାଚନରେ ୨୫୨ କୋଟି ଟଙ୍କା କରିଛି । ତେବେ ଏହି ୨୫୨ କୋଟି ମଧ୍ୟରୁ କେବଳ ପଶ୍ଚିମବଙ୍ଗରେ ଖାଲି ୬୦ ପ୍ରତିଶତ ଖର୍ଚ୍ଚ କରିଛି ।

ଭାରତୀୟ ଜନତା ପାର୍ଟି ନିର୍ବାଚନ ଆୟୋଗକୁ ନିର୍ବାଚନରେ ହୋଇଥିବା ଖର୍ଚ୍ଚର ସବିଶେଷ ବିବରଣୀ ପ୍ରଦାନ କରିଛି । ଦେଇଥିବା ବିବରଣୀ ଅନୁସାରେ ଏହି ୫ଟି ରାଜ୍ୟରେ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୫୨ କୋଟି ୨ଲକ୍ଷ ୭୧ ହଜାର ୭୫୩ ଟଙ୍କା ଖର୍ଚ୍ଚ କରିଛି । ଏହି ମୋଟ ଟଙ୍କାରୁ ୪୩.୮୧ କୋଟି ଟଙ୍କା ଆସାମ ନିର୍ବାଚନରେ ୪.୭୯ କୋଟି ପୁଡୁଚେରୀ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଛି । ତାମିଲନାଡୁ ଚଳିତ ନିର୍ବାଚନରେ ଡିଏମକେ ତା’ର ଚିର ପ୍ରତିଦ୍ବନ୍ଦୀ ଏଆଇଡିଏମକେଠାରୁ ସରକାର ଛଡାଇ ଆଣିଥିଲା । ବିଜେପି ତାମିଲନାଡୁରେ ନିର୍ବାଚନ ପ୍ରଚାର ପାଇଁ ୨୨.୯୭ କୋଟି ଖର୍ଚ୍ଚ କରିଥିଲା । କିନ୍ତୁ ସେଠାରେ ବିଜେପି ମାତ୍ର ୨.୬ ପ୍ରତିଶତ ଭୋଟ ପାଇଥିଲେ । କେରଳରେ ଏବେ ଏଲଡିଏଫ ସରକାରରେ ରହିଛି । ତେବେ କେରଳରେ ଭାରତୀୟ ଜନତା ପାର୍ଟି ୨୯.୨୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

ତେବେ ଚଳିତ ବର୍ଷ ବିଜେପି ପାଇଁ ଅଗ୍ନି ପରୀକ୍ଷା ଥିଲା । ସେଠାରେ ବିଜେପି ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ବିପକ୍ଷରେ ବିଜେପି ପୂରା ସମସ୍ତ ଶକ୍ତି ଲଗାଇଥିଲା । ସେଠାରେ ବିଜେପି ନିର୍ବାଚନ ପ୍ରଚାର ପାଇଁ ୧୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଯାହା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଟଙ୍କା ଭିତରୁ ଅଧାରୁ ଅଧିକ ଟଙ୍କା । ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ସିଟ୍ ଜିତିବ ବୋଲି ଲକ୍ଷ୍ୟ ରଖିଥିଲା । କିନ୍ତୁ ପଶ୍ଚିମବଙ୍ଗରେ ମାତ୍ର ୭୭ଟି ସିଟ୍‌ ଜିତିଥିଲା ।  ତେବେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା । ନିର୍ବାଚନ ଆୟୋଗକୁ ଦେଇଥିବା ବିବରଣୀରେ ତୃଣମୂଳ କଂଗ୍ରେସ ଦେଇଥିବା ବିବରଣୀ ଅନୁସାରେ ୧୫୪.୨୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଯାହା ବିଜେପି ଖର୍ଚ୍ଚରୁ ଅଧିକ ଥିଲା ।

Leave a Reply