ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ, ଭିଡିଓ ଜାରି କରି ଘେରିଲା ବିଜେପି

2 min read

ନୂଆଦିଲ୍ଲୀ: ଦେଶରେ କଂଗ୍ରେସକୁ ନେଇ ଥମୁନି ଚର୍ଚ୍ଚା । ନିକଟରେ ପ୍ରଶାନ୍ତ କିଶୋରଙ୍କୁ ନେଇ ବେଶ୍ ଚର୍ଚ୍ଚାରେ ଥିଲା ଦେଶର ସର୍ବ ପୁରାତନ ଦଳ କଂଗ୍ରେସ । ତେବେ ଏହି ଚର୍ଚ୍ଚା ଥମିବାକୁ ଆସିଥିବାବେଳେ ଏବେ ପୁଣି ଥରେ ଚର୍ଚ୍ଚା ଘେରକୁ ଆସିଛି କଂଗ୍ରେସ । ତେବେ ଚଳିତ ଥର କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାର ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଘେରିଛି ବିଜେପି ।

ସୋମବାର ବିଳମ୍ବିତ ରାତିରେ ନେପାଳର କାଠମାଣ୍ଡୁର ଏକ ନାଇଟ କ୍ଲବରେ ନଜର ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନାଇଟ କ୍ଲବ ପବରେ ରାହୁଲଙ୍କୁ ଜଣେ ନେପାଳୀ ବାନ୍ଧବୀଙ୍କ ସହ ଦେଖିବାକୁ ମିଳିଥିଲା । ଆଉ ତାଙ୍କ ପାଖରେ ଥିଲା ମଦ ବୋତଲ । ଆଉ ତାଙ୍କ ପାଖରେ ଥିବା ଲୋକମାନେ ନାଚ ଗୀତରେ ମସୁଗୁଲ ଥିଲେ । ପବ୍ ଭିତରେ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ।

ବିଜେପି ସୋସିଆଲ ମିଡିଆ ଇନଚାର୍ଜ ଅମିତ ମାଲଭିଅ  ଟ୍ୱିଟ୍ କରି କହିଛନ୍ତି, ‘ମୁମ୍ବାଇ ଉପରେ ଆକ୍ରମଣ ବେଳେ ମଧ୍ୟ ରାହୁଲ ଗାନ୍ଧୀ ନାଇଟ୍ କ୍ଲବ୍‌ରେ ଥିଲେ । ଆଉ ଏବେ ଯେତେବେଳେ ତାଙ୍କ ଦଳ ସଙ୍କଟରେ ରହିଛି ଏହି ସମୟରେ  ମଧ୍ୟ ନାଇଟ୍ କ୍ଲବରେ ଅଛନ୍ତି ରାହୁଲ । ତାଙ୍କ ମଧ୍ୟରେ ନିରନ୍ତରତା ଅଛି।’ । ସେପଟେ ରାହୁଲ ଗାନ୍ଧୀଙ୍କ ନାଇଟ କ୍ଲବ ଭିଡିଓ ସେୟାର କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।  ‘ଭେକେସନ୍‌, ପାର୍ଟି, ହଲିଡେ, ପ୍ଲେଜର ଟ୍ରିପ୍‌, ପ୍ରାଇଭେଟ୍‌ ଫରେନ୍‌ ଭିଜିଟ୍‌ ଟ୍ରିପ୍‌ ଆଦି ଏବେ ଦେଶ ପାଇଁ କୌଣସି ନୂଆ କଥା ନୁହେଁ ବୋଲି କିରଣ ରିଜିଜୁ କହିଛନ୍ତି ।