ଆଠଗଡ଼ ବିଜେପିକୁ ବଡ଼ ଝଟ୍‌କା: କଂଗ୍ରେସରେ ସାମିଲ ହେଲେ ବରିଷ୍ଠ ନେତା ବିଭୂତି ମିଶ୍ର

ଆଠଗଡ଼ ବିଜେପିକୁ ଜୋରଦାର ଝଟକା । ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଆଠଗଡ଼ର ବରିଷ୍ଠ ବିଜେପି ନେତା ବିଭୂତି ମିଶ୍ର । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହୋଇଛନ୍ତି ବିଭୂତି । ଆଠଗଡ଼ ଅଞ୍ଚଳର ଶତାଧିକ କର୍ମୀଙ୍କ ଗହଣରେ ଆସି କଂଗ୍ରେସରେ ସାମିଲ ହୋଇଛନ୍ତି ବିଭୂତି ମିଶ୍ର । ମୁଁ କଂଗ୍ରେସର ଲୋକ, ହେଲେ କିଛି ମତାନ୍ତର ଯୋଗୁ ମୁଁ କଂଗ୍ରେସ ଛାଡ଼ି ବିଜେପିକୁ ଯାଇଥିଲି । ମୋତେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ରଖିଲା ନାହିଁ । କଂଗ୍ରେସ ମୋର ଘର ଅଭିମାନ କରି ଦଳ ଛାଡିଥିଲି, ବିଜେପିର ଆନ୍ତରିକତା ନଥିବା କହିଛନ୍ତି ବିଭୂତି । ଏଣୁ ଆଜି ମୁଁ ମୋର ସମର୍ଥକଙ୍କ ସହ କଂଗ୍ରେସ ଭବନରେ ସାମିଲ ହୋଇଥିବା କହିଛନ୍ତି ବିଭୂତି । ଆଗାମୀ ଦିନରେ ହଜାର ହଜାର ଲୋକ ବିଜେପି ଛାଡି କଂଗ୍ରେସରେ ଯୋଗଦେବେ । ଏଥିପାଇଁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଆଠଗଡ଼ ଅଞ୍ଚଳରେ ଆୟୋଜନ କରାଯିବ ବୋଲି କହିଛନ୍ତି ବିଭୂତି । ଏଥିରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ଉପସ୍ଥିତ ରହିବେ ।

ଏଥିସହିତ ପଢ଼ନ୍ତୁ: ବିଜେପି ଛାଡ଼ିଲେ ମିଳୁଛି ଧମକ ଚମକ: ଏସ୍‌ପିଙ୍କୁ ଦେଲେ ଲିଖିତ ଅଭିଯୋଗ

Leave a Reply