spot_img

Latest Posts

ଏସିଆର ସବୁଠାରୁ ଧନୀ ମୁମ୍ବାଇ ମହାନଗର ନିଗମର ମେୟର ହେବେ ରୀତୁ ତାବଡେ

ଏସିଆର ସବୁଠାରୁ ଧନୀ ମୁମ୍ବାଇ ମହାନଗର ନିଗମର ମେୟର ହେବେ ରୀତୁ ତାବଡେ

ନନ୍ଦିଘୋଷ ବ୍ୟୁରୋ: ବିଜେପି କର୍ପୋରେଟର ରୀତୁ ତାବଡ଼େ ହେବେ ମୁମ୍ବାଇ ମେୟର । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଏସିଆର ସର୍ବବୃହତ ଧନୀ ମହାନଗର ହେଉଛି ମୁମ୍ବାଇ । ସେପଟେ ଶିବସେନା କର୍ପୋରେଟର ସଞ୍ଜୟ ଗାଦି ହେବେ ଡେପୁଟୀ ମେୟର । ଗତ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ବହୁଳ ବିଜୟ ହୋଇଥିଲା । ଆସନ୍ତା ୧୧ ତାରିଖରେ ହେବେ ମେୟର ନିର୍ବାଚନ ।

ବୃହନ ମୁମ୍ବାଇ ମହାନଗର ନିଗମର ବିଜେପି କର୍ପୋରେଟରମାନଙ୍କ ବୈଠକରେ ରୀତୁଙ୍କ ନାଁରେ ମୋହର ଲାଗିଥିଲା । ମୁମ୍ବାଇର ମେୟର ପଦବୀ ସାଧାରଣ ବର୍ଗର ମହିଳା ବର୍ଗ ଲାଗି ସଂରକ୍ଷିତ ଥିଲା । ଘାତୋକପୁର ୱାର୍ଡରୁ ୩ ଥର କର୍ପୋରେଟର ଭାବେ ବିଜୟୀ ହୋଇଛନ୍ତି ରୀତୁ । ସେ ବିଏମସିର ଶିକ୍ଷା କମିଟିର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୧ ନିର୍ବାଚନରେ ଯଦି ରୀତୁ ବିଜୟୀ ହୁଅନ୍ତି ତେବେ ସେ ହେବ ବିଜେପିର ଦ୍ବିତୀୟ ମେୟର । ପୂର୍ବରୁ ୧୯୮୨ରୁ ୧୯୮୩ ବିଜେପିର ପ୍ରଭାକର ପାଇ ମେୟର ହୋଇଥିଲେ ।

ସେପଟେ ଦହିସରରୁ କର୍ପୋରେଟରେ ଭାବେ ବିଜୟୀ ହୋଇଥିବା ଶିବସେନାର ସଞ୍ଜୟ ଗାଦି ଡେପୁଟୀ ମେୟର ହେବେ । ଦଳର ୪ କର୍ପୋରେଟରଙ୍କୁ ୫ ବର୍ଷ ଭିତରେ ଡେପୁଟୀ ମେୟର ପଦରେ ଅଧିଷ୍ଠିତ କରିବା ଲାଗି ଶିବସେନା କରିଛି ନୂଆ ଫର୍ମୁଲା । ଏହି ଫର୍ମୁଲା ଅନୁସାରେ ପ୍ରତି ଡେପୁଟୀ ମେୟରଙ୍କ କାର୍ଯ୍ୟକାଳ ବର୍ଷେ ତିନିମାସ ରହିବ ।

Latest Posts

Don't Miss