ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ହ୍ୟାକ, ଋଷ ପାଇଁ ସାହାଯ୍ୟ ମାଗିଲେ ହ୍ୟାକର୍ସ

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ତେବେ ଏହି ଯୁଦ୍ଧ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟାର୍ଗେଟ କରିଛନ୍ତି ହ୍ୟାକର୍ସ । ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ କରାଯାଇଥିଲା । ବିଜେପି ନେତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ କରିବା ପରେ ଋଷ, ୟୁକ୍ରେନ ସାହାର୍ଯ୍ୟ ସମ୍ବନ୍ଧୀୟ ଟ୍ୱିଟ୍ କରାଯାଇଥିଲା । ନଡ୍ଡାଙ୍କ ଆକାଉଣ୍ଟରୁ ଟ୍ୱିଟ କରି କହିଥିଲେ କି କ୍ଷମା କରିବେ ମୋର ଆକାଉଣ୍ଟ ହ୍ୟାକ ହୋଇଯାଇଛି । ଏହି ଟ୍ୱିଟରେ ଆହୁରି କହୁଯାଇଛି କି ଋଷଙ୍କୁ ସାହାର୍ଯ୍ୟ କର କାହିଁକି ନା ତାଙ୍କୁ ଏବେ ସାହାର୍ଯ୍ୟ ଆବଶ୍ୟକ ।

ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ କରିବା ପରେ ଋଷ ଓ ୟୁକ୍ରେନର ସାହାର୍ଯ୍ୟ ପାଇଁ କ୍ରିପ୍ଟୋକରେନ୍ସିରେ ଦାନ କରିବାକୁ ଅପିଲ କରିଥିଲେ ହ୍ୟାକର । ଏହା ପୂର୍ବରୁ ଏକ ଅନ୍ୟ ଟ୍ୱିଟରେ ଲେଖାଯାଇଥିଲା କି ଋଷର ଲୋକଙ୍କ ସହ ଆମେ ଛିଡା ହୋଇଛୁ । ଏବେ କ୍ରିପ୍ଟୋକରେନ୍ସି, ବିଟକଏନ ଓ ଇଥେରିୟମ ଜରିଆରେ ସାହାର୍ଯ୍ୟ ସ୍ୱୀକାର ହେଉଛି ବୋଲି ଲେଖାଯାଇଥିଲା ।

ଜେପି ନଡ୍ଡାଙ୍କ ଆକାଉଣ୍ଟ ହ୍ୟାକ ହେବର ଅଳ୍ପ ସମୟ ପରେ ଏହାକୁ ରିଷ୍ଟୋର କରାଯାଇଥିଲା । ଏହି ମାମଲାରେ ଇଲେକ୍ଟ୍ରନିକ୍ସ ଏବଂ ଟେକ୍ନୋଲୋଜି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି କି ଜେପି ନଡ୍ଡାଙ୍କ ଟ୍ୱିଟର ହ୍ୟାକ ହେବା ନେଇ ଆମ ପାଖକୁ ସୂଚନା ମିଳିଛି । ସିଆଇଆରଟି ଏହି ମାମଲାର ତଦନ୍ତ କରୁଛନ୍ତି । ସେହିପରି ଭାବରେ ଏହି ମାମଲାରେ ଟ୍ୱିଟର ପାଖରୁ ମଧ୍ୟ ସୂଚନା ମଗାଯାଇଛି ।

Leave a Reply