ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଭୁଲିଗଲା ବିଜେପି

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନାମକୁ ଭୁଲିଗଲା ବିଜେପି । ନବକୃଷ୍ଣ ଚୌଧୁରୀଙ୍କ ବଦଳରେ ପୋଷ୍ଟରରେ ଲେଖା ହୋଇଛି ନବ କିଶୋର ଚୌଧୁରୀ । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ବହୁ ପୋଷ୍ଟର ଏଭଳି ଭ୍ରମ ଦେଖିବାକୁ ମିଳିଛି । ପୋଷ୍ଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ଭୁଲ୍ ରହିଥିବାବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଉଛି । ଓଡ଼ିଶାର ଅନ୍ୟତମ ବିପ୍ଲବୀ ପୁରୁଷ, ସ୍ବାଧିନତା ସଂଗ୍ରାମୀ, କୃଷକ ନେତା, ଭାରତ ଛାଡ଼ ଆନ୍ଦୋଳନର କର୍ମୀ, ଆଦର୍ଶବାଦୀ ରାଜନୀତିଜ୍ଞ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନାମକୁ ବିଜେପି ଭୁଲ୍ ଲେଖିଛି। ମୋ ଦେଶ ମୋ ମାଟି ଅଭିଯାନରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଛି । ସାରା ଦେଶରେ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ  ଓଡ଼ିଶାର ବୀର ପୁରୁଷଙ୍କ ଗାଁ ସମେତ ସଂଗ୍ରାମୀ ଗାଁ ସଂଗୃହିତ ହୋଇଛି ମାଟି । ରାଜଧାନୀରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଥିବାବେଳେ ବିଜେପି ପକ୍ଷରୁ ସ୍ବାଗତ କରିବା ପାଇଁ ଭବ୍ୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି । ଏହି ଅବସରରେ ରାଜଧାନୀର ବିଭିନ୍ନ ସ୍ଥାନରେ ବିପ୍ଲବୀ ଏବଂ ଓଡ଼ିଶାର ବୀର ପୂତ୍ରଙ୍କ ପୋଷ୍ଟରମାନ ବିଜେପି ପକ୍ଷରୁ ଲଗାଯାଇଛି । ମାତ୍ର ବିଡ଼ମ୍ବନାର ବିଷୟ ଏହିକି ଯେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନବ କିଶୋର ଚୌଧୁରୀ ଲେଖାଥିବା ପୋଷ୍ଟରକୁ ବୁଦ୍ଧିଜୀବୀଙ୍କ ସମେତ ସାଧାରଣ ଲୋକେ ମଧ୍ୟ ନିନ୍ଦା କରୁଛନ୍ତି ।