spot_img

Latest Posts

ବିଜେପିର ପୋଷ୍ଟର ଚାଷୀ ବି ସିଂଘୁ ସୀମାରେ ଦେଉଛନ୍ତି ଧାରଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ୨୮ ଦିନ ହେଲାଣି ଆନ୍ଦୋଳନ ଜାରି ରହିଛି। ଏବେ ଏହି ଆନ୍ଦୋଳନ ନୂଆ ମୋଡ଼ ନେଇଛି। ବିଜେପି ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆସିଯାଇଛି। ନିକଟରେ ବିଜେପି ତରଫରୁ ଏକ ଫଟୋ ଜାରି କରି କୁହାଯାଇଥିଲା ଯେ ପଞ୍ଜାବର ଚାଷୀମାନେ ଏମଏସପିକୁ ନେଇ ଖୁସି ଅଛନ୍ତି।  ତେବେ ଏହି ପୋଷ୍ଟରରେ ଯେଉଁ ଚାଷୀଙ୍କ ଫଟୋ ରହିଛି ସେ ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ପଞ୍ଜାବ ବିଜେପି ଯେଉଁ ହରପ୍ରୀତ ସିଂଙ୍କ ଫଟୋକୁ ଖୁସି କୃଷକ କହି ପୋଷ୍ଟର ଲଗାଇଥିଲା ସେ ବି ସିଙ୍ଗୁ ସୀମାରେ ଥିବା କୃଷି ଆଇନକୁ ବିରୋଧ କରୁଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ହରପ୍ରୀତ ସିଂଙ୍କ ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି। ଟ୍ରୋଲର ଶିକାର ହେବାପରେ ପରେ ପଞ୍ଜାବ ବିଜେପି ଏହାର ଫେସବୁକ ପେଜରୁ ପୋଷ୍ଟର ଡିଲିଟ କରିଦେଇଛି। ହରପ୍ରୀତ ସିଂଙ୍କ ଅନୁଯାୟୀ ପଞ୍ଜାବ ବିଜେପି ଏହାର ପୋଷ୍ଟରରେ ତାଙ୍କର ୭ ବର୍ଷ ପୂରୁଣା ଫଟୋ ବ୍ୟବହାର କରିଛି। ସେ କହିଛନ୍ତି, ‘ମୁଁ ସିଙ୍ଗୁ ସୀମାରେ ଠିଆ ହୋଇ ନୂତନ କୃଷି ନିୟମକୁ ବିରୋଧ କରୁଥିବାବେଳେ ମୋ ବିନା ଅନୁମତିରେ ବିଜେପି ମୋର ଫଟୋ ବ୍ୟବହାର କରିଛି।’ ଅନ୍ୟପଟେ ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱାନୀ ଶର୍ମା ଏ ନେଇ ଯାଞ୍ଚ କରିବେ ବୋଲି କହିଛନ୍ତି।

ହରପ୍ରୀତ ସିଂ କହିଛନ୍ତି ଯେ ନୂତନ କୃଷି ନିୟମକୁ ନେଇ କୌଣସି କୃଷକ ଖୁସି ନୁହଁନ୍ତି। ବିଜେପି ନେତୃତ୍ୱାଧୀନ ସରକାର କେବେହେଲେ ସିଙ୍ଗୁ ସୀମାରେ ଆସି ନାହାଁନ୍ତି କିମ୍ବା କୃଷକମାନେ କାହିଁକି ଏହି ନିୟମ ବିରୁଦ୍ଧରେ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରିନାହାଁନ୍ତି। କୃଷକମାନେ ନୂତନ କୃଷି ନିୟମକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ଦିନକୁ ଦିନ ସେମାନଙ୍କ କ୍ରୋଧ ବି ବଢ଼ିବାରେ ଲାଗିଛି।

ପଞ୍ଜାବର ହୋଶିଆରପୁର ଜିଲ୍ଲାରୁ ଆସିଥିବା ହରପ୍ରୀତ ସିଂ ଆହୁରି କହିଛନ୍ତି ଯେ ସରକାର କହୁଛନ୍ତି, ‘ଏହି ନିୟମ କୃଷକଙ୍କ ହିତରେ ଅଛି, କିନ୍ତୁ ଆମେ ଜାଣୁ ଏହା କେବଳ ଏକ କ୍ଷତିର ସୌଦା। ତିନୋଟି କୃଷି ନିୟମ ପ୍ରତ୍ୟାହାର ନ ହେବା ଯାଏ ଆମେ ଫେରିବୁ ନାହିଁ।’

Latest Posts

Don't Miss