spot_img

Latest Posts

ଜମି ଦେବେ କହି ଟଙ୍କା ହଡ଼ପର ଅଭିଯୋଗ ପରେ ଗିରଫ ହେଲେ ବିଜେପି ନେତା

ଭୁବନେଶ୍ୱର: ଭୁବନେଶ୍ୱରରେ ଜମି ଦେବାକୁ କହି ଠକେଇ ଅଭିଯୋଗରେ ବିଜେପି ନେତା ସୁଜିତ୍ ଜେନା ଗିରଫ। ୩୦ଲକ୍ଷ ଟଙ୍କା ଠକି ନେଇଥିବା ବିଜେପି ନେତା ସୁଜିତ୍ ଜେନାଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସୁନାଖଳା ଅଞ୍ଚଳର ଅଜୟକୁମାର ନାୟକଙ୍କ ପତ୍ନୀ ବିମଳା ବେହେରା ବଡ଼ଗଡ଼ ଅଞ୍ଚଳରେ ଜମି କିଣିବାକୁ ସୁଜିତ ଜେନାଙ୍କୁ ୨ବର୍ଷ ତଳେ ୯ଲକ୍ଷ ୭୦ହଜାର ଦେଇଥିଲେ। କିନ୍ତୁ ଜମି ଦେଉନଥିଲେ କି ଟଙ୍କା ଫେରସ୍ତ କରୁନଥିଲେ। ଗତ ଜାନୁଆରୀରେ ବଡ଼ଗଡ଼ ଥାନାରେ ଏତଲା ପରେ ପୋଲିସ ଗତକାଲି ସୁଜିତକୁ ଗିରଫ କରିଛି।

ଠକେଇର ଖୋଳତାଡ଼ ପାଇଁ ସୁଜିତଙ୍କୁ ୩ଦିନ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ। ଅନ୍ୟପଟେ ରେଲୱେରେ ଚାକିରି କରାଇଦେବାକୁ କହି ଠକେଇ ହୋଇଥିବା ଅଭିଯୋଗ ରହିଛି ସୁଜିତ ନାଁରେ। ଟଙ୍କା ନେଇ ଜମି ଦେଉନଥିବା ଅଭିଯୋଗ ପରେ ନିଜକୁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ନିକଟତର ବୋଲି କହି ଗିରଫଦାରୀ ଏଡାଇବାକୁ ପୋଲିସକୁ ଚାପ ପକାଉଥିଲା ସୁଜିତ୍ ଜେନା। ସୁଜିତ ଜେନା ବିଜେପିର କର୍ମକର୍ତ୍ତା ବୋଲି ଜଣାପଡିଛି।

ବିଜେପିର ବିଭିନ୍ନ କର୍ମକର୍ତ୍ତା ଓ ସାଂସଦଙ୍କ ସହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କୁ ଟଙ୍କା ଫେରାଇବା ପାଇଁ କହିବାରୁ ସୁଜିତ ସେମାନଙ୍କୁ ଧମକ ଦେଉଥିଲେ। ବିଜେପି ସାଂସଦଙ୍କ ହାତ ତାଙ୍କ ମୁଣ୍ଡ ଉପରେ ଅଛି କହି ହଡ଼ପ କରିଚାଲିଥିଲେ ଟଙ୍କା।

Latest Posts

Don't Miss