ଭୂପେନ୍ଦ୍ର ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀ , ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ

ଗାନ୍ଧୀନଗର: ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି  ଭୂପେନ୍ଦ୍ର ପଟେଲ  । ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ବିଜେପି ବିଧାୟକ  ।  ବିଧାୟକ ଦଳ ବୈଠକରେ  ନେତା ନିର୍ବାଚିତ ହେବା ପରେ ଏବେ ଏନେଇ ସ୍ପଷ୍ଟ ହୋଇଛି  ।

ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ଅର୍ଥାତ କାହା ନାମରେ ଦଳ ମୋହର ମାରୁଛି ସେନେଇ ଶନିବାର ଠାରୁ ଚାଲିଥିଲା ମାନସ ମନ୍ଥର  । ମୁଖ୍ୟମନ୍ତ୍ରୀ ପଦବୀରେ ବସିଥିବା ବିଜୟ ରୂପାଣୀ ପଦବୀରୁ ଅଚାନକ ଇସ୍ତଫା ଦେବା ପରେ ଚର୍ଚ୍ଚା ହୋଇଥିଲା  । ସେପଟେ ବିଜୟ ରୂପାଣୀ ଦଳର ନିଷ୍ପତ୍ତି ମୁତାବକ ଇସ୍ତଫା ଦେଇଥିବା ଘୋଣଣା କରିଥିଲେ  ।

ରବିବାର ବସିଥିବା ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ଭୂପେନ୍ଦ୍ର ଭାଇ ପଟେଲ  ।  ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପ୍ରହ୍ଲାଦ ଯୋଶୀ ଏହି ବୈଠକରେ  ଯୋଗଦେଇଥିଲେ ।  ବର୍ତ୍ତମାନ ଘାଟୋଲୋଡିଆ ଆସନରୁ ବିଧାୟକ ଅଛନ୍ତି ଭୂପେନ୍ଦ୍ର ପଟେଲ । ଗତ ବିଧାନ ସଭା ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ବନ୍ଦୀଙ୍କଠାରୁ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଥିଲେ । ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ  ।

 

Leave a Reply