ରାଜ୍ୟବାସୀଙ୍କ ଚିନ୍ତା ନୁହେଁ, ବିଜେପିର କେବଳ କ୍ଷମତା ଚିନ୍ତା: ବିଜେଡି

1 min read

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ସ୍ୱାର୍ଥ ଲାଗି ଲଢ଼େଇ ବଦଳରେ କ୍ଷମତା ପାଇଁ ଲାଳାୟିତ ବିଜେପିକୁ ବିଜେଡିର କଡ଼ା ଜବାବ । ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର କାଉଣ୍ଟର । ଓଡିଶାର ସ୍ବାର୍ଥ ଲାଗି ନୁହେଁ, ବରଂ ବ୍ୟକ୍ତିଗତ ସ୍ବାର୍ଥ ଲାଗି ଜୟନାରାୟଣ କରୁଛନ୍ତି ରାଜନୀତି । ସଦାବେଳେ ତାଙ୍କୁ କ୍ଷମତା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି- ଓଡ଼ିଆଙ୍କୁ ସବାଶେଷରେ ରଖିବାକୁ ଜୟନାରାୟଣ ଉଦ୍ୟମ କରୁଛନ୍ତି । କେବଳ ସେ ନୁହନ୍ତି, ତାଙ୍କ ଦଳ ବି ରାଜ୍ୟବାସୀଙ୍କ ସ୍ବାର୍ଥକୁ ସର୍ବଦା ଗୌଣ କରୁଛନ୍ତି ।

ଏହି ସବୁ କାରଣରୁ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟବାସୀ । ୫ କିଲୋ ଚାଉଳ ବନ୍ଦ କରିଦିଆଯାଇଥିଲେ ବି ରାଜ୍ୟ ବିଜେପି ତାହାର ପ୍ରତିବାଦ କଲାନାହିଁ । ଆବାସ ପ୍ରସଙ୍ଗରେ ବି ଓଡ଼ିଶାର ଆବଶ୍ୟକତାକୁ ନେଇ ରାଜ୍ୟ ବିଜେପି ସ୍ବର ଉତ୍ତୋଳନ କରିନାହିଁ । କେନ୍ଦ୍ରୀୟ ନେତୃତ୍ବ ନିକଟରେ ଦାବି କରିବା ବଦଳରେ ଓଡ଼ିଶାକୁ ବିରୋଧ କରିବା ରାଜ୍ୟ ବିଜେପିର ଷ୍ଟ୍ରାଟେଜି ବୋଲି କହିଛନ୍ତି ଲେନିନ ମହାନ୍ତି ।