କେଜ୍ରିୱାଲଙ୍କ ଅଭିଯୋଗ, ଗୁଜୁରାଟ ବଦଳରେ ଜୈନଙ୍କୁ ଛାଡ଼ିବାକୁ ଅଫର ଦେଇଥିଲା ବିଜେପି

1 min read

ନୂଆଦିଲ୍ଲୀ: ଜୋର ଧରିଛି ଗୁଜୁରାଟ ରାଜନୀତି  । ସମୟ ସହ ବଦଳୁଛି ବୟାନ  । ରାଜନୀତିରେ ଲାଗିଛି   ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିସ୍ଫୋରକ ବୟାନ । ଗୁଜରାଟ ନିର୍ବାଚନରୁ ଯଦି ଆପ୍ ଓହରିଯାଏ ତେବେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରାଯିବା ନେଇ ବିଜେପି ପ୍ରସ୍ତାବ ଦେଇଥିଲା ବୋଲି ଅଭିଯୋଗ ଲଗାଇଛନ୍ତି କେଜ୍ରିଓ୍ୱାଲ ।

ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ କେଜ୍ରିଓ୍ବାଲ କହିଛନ୍ତି- ଏମସିଡି ନିର୍ବାଚନକୁ ନେଇ ବିଜେପି ଘାବରେଇଯାଇଛି । ଗୁଜରାଟ ଓ ଦିଲ୍ଲୀ ଏମସିଡିରେ ବିଜେପି ପରାଜିତ ହେବ ବୋଲି ଆଶଙ୍କା କରୁଛି । ଆପ୍ ଛାଡ଼ିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଲାଗି ବିଜେପି ପକ୍ଷରୁ ପ୍ରଥମେ ମନୀଷ ସିସୋଦିଆଙ୍କୁ ବିଜେପି ଅଫର ଦେଇଥିଲା । ମାତ୍ର ପରେ ବର୍ତ୍ତମାନ ମୋତେ ବିଭିନ୍ନ ପ୍ରସ୍ତାବ ଦିଆଯାଉଛି ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ସେପଟେ ମନୀଷଙ୍କ ଘନିଷ୍ଠ ସମ୍ପର୍କୀୟ ଦେବେନ୍ଦ୍ର ଶର୍ମା ଓରଫ ରିଙ୍କୁଙ୍କ ଘରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହି ରେଡ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ବଜେପି ଏବଂ ଆପ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି  । ଅଭିଯୋଗ ଏବଂ ପାଲଟାଅଭିଯୋଗ ଜାରି ରହିଛି  । ଗୁଜରାଟରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନିତୀ ତୀବ୍ର ହୋଇଛି   । କେଜ୍ରିୱାଲଙ୍କ ଏଭଳି ଅଭିଯୋଗ ପରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।