ବିହାର ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍‌, ରାମ ମାଧବ- ଅନୀଲ ଜୈନ୍‌ଙ୍କୁ ମିଳିଲାନି ଦାୟିତ୍ୱ

1 min read

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୦ ପୂର୍ବରୁ ଭାରତୀୟ ଜନତା ପାର୍ଟି, ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ବିଜେପି ପକ୍ଷରୁ ଦଳର ରାଷ୍ଟ୍ରୀୟ ଉପ-ସଭାପତି, ରାଷ୍ଟ୍ରୀୟ ମହାମନ୍ତ୍ରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ (ସଂଗଠନ) ଓ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ, ରାଷ୍ଟ୍ରୀୟ ପ୍ରବକ୍ତା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ପରିବର୍ତ୍ତନ କରାଯାଇଥିବା ବେଳେ କିଛି ନୂଆ ଚେହେରାକୁ ମଧ୍ୟ ସୁଯୋଗ ଦେଇଛି ବିଜେପି । ଅନ୍ୟପକ୍ଷରେ ଓଡ଼ିଶାର ସମ୍ବିତ ପାତ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରୀୟ ମୁଖପାତ୍ରରେ ତାଲିକାରେ ସାମିଲ କରାଯାଇଛି। ସେହିପରି ମୟୂରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରୀୟ ସଂପାଦକ ପଦ ମିଳିଛି। ବୈଜୟନ୍ତ ପଣ୍ଡା ତାଙ୍କ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି ।

ବିହାର ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି, ନୂତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ରାଧା ମୋହନ ସିଂ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀ ବେନ୍‌ ଶିଆଲ, ଡି.କେ ଅରୁଣା, ଏମ୍‌ ଚୁବା ଆବ୍‌, ଅବଦୁଲ୍ଲା କୁଟିଙ୍କୁ ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦିଆଯାଇଛି ।

ଏହା ବ୍ୟତୀତ ରାମ ମାଧବ, ମୁରଲିଧର ରାଓ ଏବଂ ଅନିଲ ଜେନ୍‌ଙ୍କୁ ବିଜେପିର ନୂଆ ଟିମ୍‌ରେ ମହାସଚିବ ଦାୟିତ୍ୱରୁ ହଟାଇ ଦିଆଯାଇଛି । ଅନ୍ୟପଟେ ଦୃଶ୍ୟନ୍ତ କୁମାର ଗୌତମ, ଡି ପୁରେନ୍ଦଶ୍ୱରୀ, ସି.ଟି ରବି ଏବଂ ତରୁଣ ଚୁଗ୍‌ଙ୍କୁ ଦଳର ମହାସଚିବ ଦାୟିତ୍ୱ ଦିଆଯାଇଛି । ଏହା ସହିତ ସରୋଜ ପାଣ୍ଡେଙ୍କୁ ମଧ୍ୟ ମହାସଚିବ ପଦରୁ ହଟାଇ ଦିଆଯାଇଛି ।

tejaswi surya

ଅନ୍ୟପଟେ ତେଜସ୍ୱୀ ସୂର୍ୟାଙ୍କୁ ଯୁବ ମୋର୍ଚ୍ଚାର ପ୍ରମୂଖ ଦାୟିତ୍ୱ ଦିଆଯାଇଛି । ସେହିଭଳି ଓବିସି ମୋର୍ଚ୍ଚାର ପ୍ରମୂଖ ଦାୟିତ୍ୱ କେ.ଲକ୍ଷ୍ମଣଙ୍କୁ ଦିଆଯାଇଥିବା ବେଳେ ସଂଖ୍ୟାଲଘୁ ମୋର୍ଚ୍ଚାର ମୁଖ୍ୟ ଜମାଲ ସିଦ୍ଦିକି, ଏସସି ମୋର୍ଚ୍ଚା ମୁଖ୍ୟ ଲାଲ ସିଂ ଆର୍ଯ୍ୟ ଏବଂ ସମୀର ଓରାନଙ୍କୁ ଏସିଟି ମୋର୍ଚ୍ଚାର ପ୍ରମୂଖ ଭାବେ ଦାୟିତ୍ୱ ଦିଆଯାଇଛି ।

ଏଥି ସହିତ ବିଜେପି ୨୩ ଜଣ ପ୍ରବକ୍ତାଙ୍କୁ ଦାୟିତ୍ୱ ଦେଇଛି । ନୂତନ ପ୍ରବକ୍ତାଙ୍କ ମଧ୍ୟରେ ରାଜୀବ ଚନ୍ଦ୍ରଶେଖର, ସଞ୍ଜୁ ବର୍ମା, ଇକବାଲ ସିଂ ଲାଲପୁରା, ରାଜ୍ୟବର୍ଦ୍ଧନ ସିଂ ରାଠୋର, ଆପରାଜିତା ସଢ଼ଙ୍ଗୀ, ହିନା ଗଓ୍ୱିତ୍‌, ଗୁରୁପ୍ରକାଶ, ଏମ କିକୋନ, ନୁପୁର ଶର୍ମା, ରାଜୁ ବିଷ୍ଟ ଓ କେ.କେ ଶର୍ମା ସାମିଲ ଅଛନ୍ତି ।

Leave a Reply