ଟିଏମସିରେ ଯୋଗଦେଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ

BJP National Vice President Mukul Roy joins TMC

କୋଲକାତା: ପଶ୍ଚିମବଙ୍ଗ ବିଜେପିକୁ ବଡ଼ ଝଟକା ଲାଗିଛି । ବିଜେପି ବିଧାୟକ ଥିବା ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । କୋଲକାତା ସ୍ଥିତ ତୃଣମୂଳ ଭବନରେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ୍ ହୋଇଛନ୍ତି ମୁକୁଲ ରୟ । ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ଟିଏମସିରେ ମିଶିଛନ୍ତି ।

 BJP National Vice President Mukul Roy joins TMC

ପ୍ରାୟ ୪ ବର୍ଷ ପରେ ଘରକୁ ଫେରିଛନ୍ତି ମୁକୁଲ ରୟ । ୨୦୧୭ ନଭେମ୍ବରରେ ଟିଏମସି ଛାଡ଼ି ମୁକୁଲ ରୟ ବିଜେପିରେ ସାମିଲ୍ ହୋଇଥିଲେ । ଗତ କିଛିଦିନ ହେଲା ବିଜେପି ସହ ମୁକୁଲଙ୍କ ମତଭେଦ ଲାଗି ରହିଥିବା ବେଳେ ସେ ଆଜି ଟିଏମସିରେ ଯୋଗ ଦେଇଥିଲେ । କିଛିଦିନ ତଳେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ରୋଗରେ ପୀଡ଼ିତ ଥିବା ମୁକୁଲ ରୟଙ୍କ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ । ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ।

 BJP National Vice President Mukul Roy joins TMC

ମୁକୁଲ ରୟ ପୁଅ ଶୁଭ୍ରାଂଶୁ ସହ ଟିଏମସିରେ ସାମିଲ୍ ହେବା ପରେ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, ମୁକୁଲ ରୟ ଦଳ ସହ କୌଣସି ବିଶ୍ୱାସ ଘାତକତା କରିନାହାଁନ୍ତି । ଯେଉଁମାନେ ଦଳ ସହ ବିଶ୍ୱାସ ଘାତକତା କରିଛନ୍ତି, ସେମାନଙ୍କୁ ଫେରାଇ ଅଣାଯିବ ନାହିଁ ।

Leave a Reply