୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଦାବିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ବିନା ବିରୋଧରେ ସଂସଦରେ ପାସ୍‌ ହୋଇଛି ଓବିସି ସଂଶୋଧନ ବିଲ୍‌। ଏଥିରେ ରାଜ୍ୟମାନଙ୍କୁ ପଛୁଆ ବର୍ଗଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ସ୍ୱାଧୀନତା ମିଳିଛି। ଯାହା ଫଳରେ କେହି ସାମାଜିକ ଓ ଆର୍ଥିକ ନ୍ୟାୟରୁ ବଞ୍ଚିତ ହେବେନି। ଏହି ପ୍ରସଙ୍ଗରେ ବିଜେଡି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି ଓ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଦାବି କରିଛନ୍ତି।

ଓଡ଼ିଶା ପରି ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଆଦି ବିଭିନ୍ନ ବର୍ଗକୁ ମିଶିଲେ ପାଖାପାଖି ୩୯ ପ୍ରତିଶତ ସଂରକ୍ଷଣସ ସୀମା ଟପିଯାଉଛି। ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ କେମିତି ଦିଆଯିବ। ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ସର୍ବୋଚ୍ଚ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ଏଣୁ ଓଡ଼ିଶା ଭଳି ରାଜ୍ୟରେ ମାତ୍ର ୧୧ ପ୍ରତିଶତ ଓବିସି ଲାଭ ପାଇପାରିବେ। ଗତକାଲି ସଂସଦରେ ଓବିସି ସଂଶୋଧନ ବିଲ୍‌ ଆଲୋଚନା ବେଳେ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଦାବି ହୋଇଥିଲା। ବିଜେଡି ସହ ଶିବସେନା ସାଂସଦ ଏନେଇ ଦାବି କରିଥିଲେ। ଏହାପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବିଜେଡି ସାଂସଦ ଭେଟି ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply