ସଂସଦରେ ମୋଦି ଚକଲେଟ ଖାଇ ବୁଲିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ବିଜେପି ଖୁସି କହିଲେ ନ ସରେ । ଏକାଥରେ ୪ଟି ରାଜ୍ୟରେ ବଡ଼ ବିଜୟ ପରେ ଖୁସି ବାଣ୍ଟୁଛି ବିଜେପି । ଗୋଟେ ପଟେ ଦେଶରେ ଦର ବୃଦ୍ଧି ସାଧାରଣ ଜନତା ଚିନ୍ତା ବଢାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାରରେ ଚିନ୍ତାରେ ବୁଡ଼ି ରହିଛନ୍ତି ବିଜେପି ସାଂସଦ । ଦେଶର ଗୁରୁତ୍ୱ ପୂର୍ଣ୍ଣ ବିଷୟକୁ ଅବଲୋକନ କରିବା ବଦଳରେ ସଂସଦ ଭବନରେ ବିଜେପି ସାଂସଦ ଖାଉଛନ୍ତି ମୋଦି ଚକୋଲେଟ । ଦିଲ୍ଲୀରେ ବିଜେପିର ସଂସଦୀୟ ଦଳ ବୈଠକ ପୂର୍ବରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଦଳର ପାଖାପାଖି ୪୦୦ଜଣ ସାଂସଦ ମୁଣ୍ଡରେ ବିଜେପି ଟୋପି ଓ ହାତରେ ମୋଦି ଚକଲେଟ ଧରି ବୁଲୁଥିବାର ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଚାରିଟି ରାଜ୍ୟର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦରେ ରୋଡ ଶୋ କରିଥିଲେ । ଏହି ସମୟରେ ଏମିତି ଟୋପି ପିନ୍ଧିଥିଲେ ତାଙ୍କ ସମର୍ଥକ । ବର୍ତ୍ତମାନ ଏହି ଟୋପି ସମସ୍ତ ସାଂସଦ ଏବଂ ମନ୍ତ୍ରୀଙ୍କୁ ବଣ୍ଟନ କରାଯାଇଛି । କେବଳ ସୋତିକି ନୁହେଁ ବିଜେପି ସାଂସଦମାନଙ୍କୁ ସ୍ୱତନ୍ତ୍ର ଚକୋଲେଟ୍ ମଧ୍ୟ ଦିଆଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିଛି । ନିର୍ବାଚନରେ ଚାରୋଟି ରାଜ୍ୟର ବଡ଼ ବିଜୟ ପରେ ଭିନ୍ନ ଅନ୍ଦାଜରେ ନଜର ଆସିଛି ବିଜେପି ।

ତେବେ ସାଂସଦମାନଙ୍କୁ ବଣ୍ଟାଯାଇଥିବା ଟୋପି ଗୁଜରାଟ ବିଜେପି ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏବଂ ଦଳର ନେତାମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି । ଏହି ସମସ୍ତ ଟୋପିକୁ ପ୍ରାୟ ୪୦୦ ସାଂସଦଙ୍କୁ ବଣ୍ଟା ଯାଇଥିଲା । ବର୍ତ୍ତମାନ ପାର୍ଟି ସାଂସଦମାନେ ମୁଣ୍ଡରେ ବିଜେପି ଟୋପି ଓ ହାତରେ ମୋଦି ଚକୋଲେଟ ଧରି ବୁଲୁଥିବାର ଦେଖିବାକୁ ମିଳିଛି ।