ସୁଶାନ୍ତଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଲେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

1 min read

ନୂଆଦିଲ୍ଲୀ: ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି । ସୁବ୍ରମଣ୍ୟମ ଗୁରୁବାର ସକାଳେ ଟ୍ୱିଟରରେ ଏକ ବିସ୍ତୃତ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ୨୬ ପଏଣ୍ଟ ସେୟାର କରିଛନ୍ତି ।

ସୁବ୍ରମଣ୍ୟମ ସ୍ୱାମୀଙ୍କ ଅନୁଯାୟୀ କେବଳ ଦୁଇଟି ପଏଣ୍ଟ – ସୁଶାନ୍ତଙ୍କ ଆପାର୍ଟମେଣ୍ଟରେ ଆଣ୍ଟି-ଡିପ୍ରସେଣ୍ଟର ମିଳିବା ଏବଂ ‘ସୋସିଆଲ ମିଡିଆରେ କିଛି ଦିନ ପର୍ଯ୍ୟନ୍ତ ତାଙ୍କ ଅନୁପସ୍ଥିତି ଆତ୍ମହତ୍ୟାକୁ ଦର୍ଶାଉଛି । କିନ୍ତୁ ସେ ମର୍ଡର ଥିଓରିରେ ଅନେକ ପଏଣ୍ଟ ଦେଇଛନ୍ତି । ଏହି ପଏଣ୍ଟଗୁଡ଼ିକରେ ରହିଛି ବେକରେ ଚିହ୍ନ, ଆଖି ଆଗକୁ ନବାହାରିବା, ପାଟିରୁ କୌଣସି ଫେଣ ନବାହାରିବା ଏବଂ ୧୪ ଜୁନ୍ ସକାଳେ ସୁଶାନ୍ତ ସିଂ ରାଜପୁତଙ୍କ ଭିଡିଓ ଗେମ୍ ଖେଳିବା ଆଦି କଥା । ସୁବ୍ରମଣ୍ୟମ ଟ୍ୱିଟରରେ ଏକ ନୋଟ୍ ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କୁ କାହିଁକି ହତ୍ୟା କରାଯାଇଛି ତାହା ଉଲ୍ଲେଖ କରାଯାଇଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ ସିଂଙ୍କ ଦ୍ୱାରା ପାଟନାରେ ଦିଆଯାଇଥିବା ଏଫ୍ଆଇଆର୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସ୍ୱାମୀ ପୂର୍ବରୁ କହିଥିଲେ ଯେ ସିବିଆଇ ତଦନ୍ତ ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ । ସମାନ ଘଟଣାର ପୃଥକ ପୃଥକ ଭାବରେ ଦୁଇ ରାଜ୍ୟର ପୋଲିସ ସଠିକ୍ ଅନୁସନ୍ଧାନ କରିପାରିବ ନାହିଁ । ସୂଚନା ରହିଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟରରେ ଲେଖିଛନ୍ତି, ପଟନା ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତକୁ ଗୁରୁତର ଭାବରେ ନେଇଛି । ତେବେ ସିବିଆଇ ତଦନ୍ତ ଛଡ଼ା ଅନ୍ୟ କୌଣସି ବିକଳ୍ପ ହୋଇପାରିବ ନାହିଁ। ଦୁଇଟି ରାଜ୍ୟର ପୋଲିସ ସମାନ ଅପରାଧର ପୃଥକ ଭାବେ ଅନୁସନ୍ଧାନ କରିପାରିବ ନାହିଁ। ‘

Leave a Reply