ନବୀନଙ୍କୁ କଟାକ୍ଷ କରୁଥିଲେ ଅପରାଜିତା, ମୁହଁତୋଡ଼ ଜବାବ ଦେଲେ ସସ୍ମିତ
3 min readଭୁବନେଶ୍ୱର: ଟିକାକରଣ ବେଳେ ବିଜେପିର ଶ୍ରେୟ ରାଜନୀତି ପ୍ରସଙ୍ଗ। ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍ର କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏଥିସହ ଟିକାକେନ୍ଦ୍ରରେ ବିଜେପି କର୍ମୀଙ୍କ ପୋଷ୍ଟର ଚିରିବା ଘଟଣାକୁ ବି ସେ ସମାଲୋଚନା କରିଛନ୍ତି।
Odisha failed to procure vaccines;it sought Central Govt's support.Our PM @narendramodi has come to the rescue of @CMO_Odisha. Basic courtesy demands that PM Modi's photos with CM's photo are put up at all Vaccination points by State Govt.Height of insecurity & narrow mindedness! pic.twitter.com/BcLaQ1KrnF
— Aparajita Sarangi ( Modi Ka Parivar) (@AprajitaSarangi) June 23, 2021
ବିଜେପି ସାଂସଦ ଅପରାଜିତା ମହାନ୍ତି ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଓଡ଼ିଶା ସରକାର ରାଜ୍ୟ ପାଇଁ ଟିକା ସଂଗ୍ରହ କରିବାରେ ବିଫଳ ହୋଇଥିଲେ, ଏବଂ ଶେଷରେ କେନ୍ଦ୍ରର ସାହାୟତା ଲୋଡ଼ିଥିଲେ । ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ସଂକଟରୁ ଉଦ୍ଧାର କରିଥିଲେ । ଆଉ ଏବେ ଓଡ଼ିଶାର ସମସ୍ତ ଟିକାକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ଦାବି କରାଯାଉଛି । ଏହା ନିଶ୍ଚିତ ଭାବରେ ଅସୁରକ୍ଷା ଭାବ ଏବଂ ସଂକୀର୍ଣ୍ଣ ମାନସିକତାର ଶେଷ ସୀମାର ପରିଚୟ।
@AprajitaSarangi Ji, Hon’ble PM’s photo is there on every COVID vaccination certificate. While every party made an issue out of it, BJD never made it an issue or politics over it. You are an ex-bureaucrat. Vaccination in india has always been a national programme done by (Cont'd)
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) June 23, 2021
ତେବେ ଅପରାଜିତାଙ୍କ ଏଭଳି ଟ୍ୱିଟର ମୁହଁତୋଡ଼ ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି, କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ସବୁ ଦଳ ଏହାକୁ ନେଇ ରାଜନୀତି କରୁଥିବା ବେଳେ ବିଜେଡି କେବେ ଏହି ପ୍ରସଙ୍ଗ ଉଠାଇନି କି ରାଜନୀତି କରିନି। ଦେଶରେ ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଏ । ପୋଲିଓ ହେଉ କି ବିସିଜି, ମିଳିମିଳା, ଡିପିଟି, ହେପାଟାଇଟିସ୍, ଭିଟାମିନ୍ ଏ ଟିକା, ସବୁବେଳେ ଏହା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଇଛି।
Central Government, whether its polio, BCG, measles, DPT, Hepatitis, Vitamin A. When did it become a State program, except now that it was forced upon the States & subsequently withdrawn.
Hon’ble CM’s message has been put out across state calling for using Masks & (Contd)— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) June 23, 2021
ହେଲେ କୋଭିଡ୍ ସଂକଟରେ ଏହାକୁ ରାଜ୍ୟମାନଙ୍କ ଉପରେ ପ୍ରଥମେ ଲଦି ଦିଆ ଯାଇଥିଲା ଓ ପରେ ପ୍ରତ୍ୟାହାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ବ୍ୟବହାର ଓ କୋଭିଡ୍ ନିୟମ ପାଳିବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ଟିକାକରଣ ସଂପର୍କିତ କଥା ନାହିଁ। ତେଣୁ ଏହାକୁ ନେଇ ରାଜନୀତି କରିବା ନିହାତି ଲଜ୍ଜାଜନକ ବୋଲି ସସ୍ମିତ ଟ୍ୱିଟ୍ କରିଛନ୍ତି ।
COVID appropriate behaviour, it is nothing about vaccination. It is petty and shameful to do politics out of this. I am afraid you may be insecure about your political relevance and doing this narrow minded politics. However thanks for wearing masks off late.
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) June 23, 2021
ତେବେ କେବଳ ସସ୍ମିତ ନୁହଁନ୍ତି ଅପରାଜିତାଙ୍କ ଏହି ଟ୍ୱିଟ୍ କୁ ନେଇ ବହୁ ଲୋକ ସମାଲୋଚନା କରିଛନ୍ତି । କେବଳ ଯେ ରାଜ୍ୟ ତା ନୁହେଁ ରାଜ୍ୟ ବାହାରର ଲୋକମାନେ ମଧ୍ୟ ନବୀନଙ୍କ ସପକ୍ଷରେ ବାହାରିଛନ୍ତି । ଫଟୋ ପ୍ରତିଯୋଗିତା ନବୀନ ନୁହଁନ୍ତି ବରଂ ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଥିଲେ ବୋଲି କହି ଏହି ଟ୍ୱିଟର ୟୁଜର୍ସ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି।