ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମାମଲା, ତଦନ୍ତ ଦାବି କଲେ ରବି କିଶନ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଗୁମର ଖୋଲୁ ଖୋଲୁ ଡ୍ରଗ୍ସ କାରବାର ରାଜ୍ ଖୋଲିଛି । ବଲିଉଡରେ ଡ୍ରଗ୍ସ ଚଳନକୁ ନେଇ ସୋମବାର ଦିନ ସଂସଦରେ ଆଲୋଚନା ହୋଇଛି । ଭୋଜପୁରୀ ସୁପରଷ୍ଟାର ଏବଂ ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଲୋକସଭାରେ ଡ୍ରଗ୍ସ ଚାଲାଣ ମାମଲାକୁ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ ଏକ ବଡ଼ ଧରଣର ତଦନ୍ତ କରିବା ପାଇଁ କେନ୍ଦ୍ର ସରାକରଙ୍କୁ ଅନୁରୋଧ କରିଛନ୍ତି । ଶୂନ୍ୟକାଳ ସମୟରେ ରବି କିଶନ ଲୋକସଭାରେ ଡ୍ରଗ୍ସ କାରବାର ମାମଲା ବଢୁଥିବା କହିଛନ୍ତି । ଏହା ସହିତ ଚୀନ ଏବଂ ପାକିସ୍ତାନ ମାଧ୍ୟମରେ ଭାରତକୁ ନିଶାଦ୍ରବ୍ୟ ଆସୁଥିବା ସେ କହିଛନ୍ତି ।


ବିଜେପି ସାଂସଦଙ୍କ କହିବା ଅନୁସାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ବ୍ୟବହାର କରାଯାଉଛି । ଏନସିବି ଜାଲରେ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା କେତେକ ବ୍ୟକ୍ତି ଫସିଛନ୍ତି । ତେଣୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରବି କିଶନ୍ । ଏହା ସହିତ ସେ କହିଛନ୍ତି କି ଯୁବପୀଢିଙ୍କୁ ଡ୍ରଗ୍ସ ମାଧ୍ୟମରେ ବରବାଦ କରାଯାଉଛି । ତେଣୁ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

ସୂଚନାଯୋଗ୍ୟ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ କରିବା ପରେ ଏହି ଡ୍ରଗ୍ସ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଥମେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କାରବାରକୁ ନେଇ ସମ୍ପୃକ୍ତି ଥିବା ଖବର ସାମ୍ନାକୁ ଆସିଥିଲା । ଯାହାପରେ ତାଙ୍କ ଭାଇ ସୌବିକ,ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଏବଂ କର୍ମଚାରୀ ନିରଜଙ୍କ ଡ୍ରଗ୍ସ କାରବାର ରାଜ୍ ଖୋଲିଛି । ଏହାପରେ ହଠାତ୍ ଗୋଆ ଏବଂ ମୁମ୍ବାଇରେ ଡ୍ରଗ୍ସକୁ ନେଇ ଏନସିବି ଚଢଉ କରିଥିଲା ଓ ଡ୍ରଗ୍ ପେଡଲରକୁ ମଧ୍ୟ ଗିରଫ କଲା । କେବଳ ସେତିକି ନୁହେଁ ବରଂ ରିୟା ନେଇଥିବା ୨୫ ଜଣ ବଲିଉଡ ସେଲିବ୍ରିଟିଙ୍କ ତାଲିକା ପ୍ରସ୍ତୁତ କରିସାରିଛି ଏନସିବି । ଯେଉଁଥିରେ ସାରା ଅଲି ଖାନ,ରକୁଲ ପ୍ରୀତ ଏବଂ ସିମୋନ ଖମ୍ବାଟାଙ୍କ ନାମ ସାମ୍ନାକୁ ଆସିଛି ।

Leave a Reply