ସଂସଦରେ ପଡି ଯାଇ ଆହତ ସାଂସଦ ପ୍ରତାପ ଷଡଙ୍ଗୀ, କହିଲେ ରାହୁଲ ଠେଲିଦେଲେ

1 min read

ନୂଆଦିଲ୍ଲୀ: ସଂସଦରେ ପ୍ରତାପ ଷଡ଼ଙ୍ଗୀ ଆହତ । ଗୃହରେ ଥିବା ସିଡିରୁ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ । ସଂସଦରେ ଠେଲାପେଲା ପରେ ଜଣେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ିଯାଇଥିଲେ । ରାହୁଲ ଗାନ୍ଧୀ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ସଂସଦର ପ୍ରବେଶ ପଥରେ ବିକ୍ଷୋଭ ଚାଲିଥିଲା । ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ । ସାଂସଦ ଜଣଙ୍କ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ିଯାଇଥିଲେ । ବିରୋଧୀ ଆମ୍ଵେଦକର ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ହ୍ବିଲଚେୟାରରେ ବସାଇ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଚିକିତ୍ସା ପାଇଁ ନିଆଯାଇଛି  ।

https://x.com/ANI/status/1869620697074668006?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1869620697074668006%7Ctwgr%5Eb6bf738e995d0bddb03e0175b776254e82ac3ded%7Ctwcon%5Es1_&ref_url=https%3A%2F%2Fenglish.jagran.com%2Findia%2Fbjp-mp-pratap-chandra-sarangi-injury-pushed-by-rahul-gandhi-parliament-session-br-ambedkar-remark-congress-constitution-10207640

ସେପଟେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭାଜପା ସାଂସଦ ତାଙ୍କୁ ଧମକାଇଛନ୍ତି  । ସଂସଦର ମୁଖ୍ୟ ପ୍ରବେଶ ଦ୍ବାର ମକରଦ୍ବାରରେ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା  । କଂଗ୍ରେସ ଅଧ୍ୟକ୍ଷ ମଲିକ୍କାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ବିଜେପି ସାଂସଦ ମାନେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଜାଣିଶୁଣି ଠେଲାପେଲ୍ଲା କରିଥିଲେ  । ଏହାରି ମଧ୍ୟରେ ସଂସଦର ଉଭୟ ଗୃହ ଦିନ ୨ଟା ପର୍ଯ୍ୟନ୍ତ ମୂଲତବୀ କରାଯାଇଛି  ।

ସଂସଦର ଶୀତକାଳୀନ ଅଧିବେଶନର ଆଜି ୧୯ତମ ଦିନ ଅଟେ  । ବାବା ସାହେବ ଆମ୍ବେଦକରଙ୍କୁ ଅପମାନ ନେଇ ବିବାଦ ଜାରି ରହିଛି  । ବିରୋଧୀ ସାଂସଦ ସଂସଦ ବାହାରେ ବିରୋଧ ମାର୍ଚ୍ଚ କରିଛନ୍ତି  । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ନୀଳ ପୋଷାକ ପିନ୍ଧି ସଂସଦରେ ପହଞ୍ଚିଛନ୍ତି  ।