spot_img

Latest Posts

ଲୋକସଭା ନିର୍ବାଚନ ପୂର୍ବରୁ ଗୌତମ ଗମ୍ଭୀରଙ୍କ ବଡ ଘୋଷଣା, ଏଥର ଲଢିବେନି

ନୂଆଦିଲ୍ଲୀ:  ଆଗାମୀ ଆଇପିଏଲ୍ ୨୦୨୪ ସିଜିନ ପୂର୍ବରୁ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ସେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଗାମୀ ଆଇପିଏଲ୍ ପୂର୍ବରୁ ଗମ୍ଭୀରଙ୍କୁ ରାଜନୀତିରୁ ମୁକ୍ତ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନାଡାଙ୍କୁ ସେ ନିବେଦନ କରିଛନ୍ତି।  ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଉଛନ୍ତି  ।

ସେ ଟୁଇଟ୍ କରି କହିଛନ୍ତି, ‘ମୁଁ ମୋର ରାଜନୈତିକ ଦାୟିତ୍ବରୁ ମୁକ୍ତି ପାଇବାକୁ ଅଧ୍ୟକ୍ଷ ଜେପି ନାଡା ଜୀଙ୍କୁ ଅନୁରୋଧ କରିଛି । ଫଳରେ ମୁଁ ମୋର ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବି। ମୋତେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗମ୍ଭୀରଙ୍କ ନିଷ୍ପତ୍ତି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି।  ଗୁରୁବାର ଦିନ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ଅନୁଷ୍ଠିତ ହୋଇଥିଲା  । ଦଳ ଖୁବ୍ ଶୀଘ୍ର ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ପୂର୍ବ ଦିଲ୍ଲୀ ଆସନରେ ଗମ୍ଭୀରଙ୍କ ବଦଳରେ କାହାକୁ ଟିକେଟ ମିଳିବ ତାହା ପୂର୍ବାନୁମାନ କରିବା କଷ୍ଟସାଧ୍ୟ। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ​​ଦିଲ୍ଲୀର ସାତୋଟି ଆସନରେ ବିଜେପି ଏବଂ ଇଣ୍ଡିଆ ମେଣ୍ଟ ଆପ୍‌ ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେବ।

Latest Posts

Don't Miss