ସମ୍ବଲପୁର ବିଜେପି ସାଂସଦଙ୍କ ଗୁମର ଖୋଲିଲେ ଦେବଗଡ଼ ବିଜେପି ବିଧାୟକ

1 min read

ଭୁବନେଶ୍ୱର :  ତେଜିଲା ବିଜେପି କନ୍ଦଳ, ବଢ଼ିଲା ବିଜେପି ସାଂସଦ- ବିଧାୟକ କଳି । ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ଗୁମର ଖୋଲିଲେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ବିରୋଧରେ ସାଂଘାତିକ ବୟାନ ରଖିଛନ୍ତି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ। ସ୍ୱାମୀ -ସ୍ତ୍ରୀ କଳି ଯୋଗୁ ଲୋକପ୍ରିୟତା ହରାଇଛନ୍ତି ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବ। ବିଧାୟକ କି ସାଂସଦ ହେବା ଯୋଗ୍ୟତା ତାଙ୍କର ନାହିଁ । ସ୍ତ୍ରୀଙ୍କ ଦ୍ୱାରା ଗୃହବନ୍ଦୀ ଅଛନ୍ତି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେ । ସେ ସାଂସଦ କି ବିଧାୟକ ପଦ ପାଇଁ ଛିଡ଼ା ହେଲେ ହାରିବା ପକ୍କା। ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବ ଲୋକଙ୍କ ପାଖକୁ ଗଲେନାହିଁ କି ଲୋକଙ୍କ କୌଣସି କାମ କଲେ ନାହିଁ। ସେଥିପାଇଁ ଲୋକ ତାଙ୍କୁ ଘୃଣା କରୁଛନ୍ତି । ସେ ଆଉ ସାଂସଦ କୁଆଡୁ ଛିଡ଼ା ହେବେ ବୋଲି ପ୍ରଶ୍ନ କରିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।