spot_img

Latest Posts

ବିଜେପିର ଦେବଗଡ ବନ୍ଦ ଡାକରାକୁ ବିରୋଧ କଲେ ବ୍ୟବସାୟୀ ସଂଘ

ଦେବଗଡ: ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ବିଜେପିର ଦେବଗଡ ବନ୍ଦ ଡାକରାକୁ ବିରୋଧ କରାଯାଇଛି। ବନ୍ଦ ଡାକରାକୁ ବିରୋଧ କରିଛନ୍ତି ଡେଲି ମାର୍କେଟ ପରିବା ବ୍ୟବସାୟୀ।

ବନ୍ଦ କରିବା ପାଇଁ ଆସିଥିବା ଵିଜେପି କର୍ମୀଙ୍କୁ ବିରୋଧ କରିଥିଲେ ପରିବା ବ୍ୟବସାୟୀ । ବ୍ୟବସାୟୀଙ୍କ ବିରୋଧ ଦେଖି ବନ୍ଦ ପାଳନ ନକରି ବିଜେପି କର୍ମୀ ଫେରି ଯାଇଥିବା ସୂଚନା ମିଳିଛି।  ଖାଲି ଏତିକି ନୁହେଁ ବନ୍ଦକୁ କ’ଣ ପାଇଁ ସମର୍ଥନ କରିଵୁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ବ୍ୟବସାୟୀ। ବିଜେପି ବିଧାୟକଙ୍କ ପାଇଁ ବନ୍ଦ ଡାକରା ଦେଇଥିବା ବେଳେ କାହିଁକି ସମର୍ଥନ କରିବୁ ବୋଲି ବିଜେପିକୁ ଓଲଟା ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ମାନେ।

ଅପରପକ୍ଷେ ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ବିଧାୟକ ପଦବୀରୁ ବହିଷ୍କାର କରିବା ପାଇଁ ମଧ୍ୟ ଦାବି କରାଯାଇଛି। ତିଳେଇବଣି ବ୍ଲକ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ କରି ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଧାୟକ ଜଣକ। ତେବେ ବିଧାୟକଙ୍କ ବହିଷ୍କାର ଦାବି ପରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Latest Posts

Don't Miss