ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତି ନେଇ ପୂର୍ତ୍ତ ମନ୍ତ୍ରୀଙ୍କୁ ଘେରିଲେ ବିଜେପି ବିଧାୟକ ଫକୀର ମୋହନ ନାୟକ

ନନ୍ଦିଘୋଷ ବ୍ୟୁରୋ: ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତି ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଘେରିଲେ ବିଜେପି ବିଧାୟକ ଫକୀର ମୋହନ ନାୟକ । ପୁରୁଣା ସ୍ଥାନରୁ ସୈନିକ ସ୍କୁଲ ନ ଉଠାଇବାକୁ ସେ ଦାବି କରିଛନ୍ତି । ବିକଳ୍ପ ଭାବେ ୭ଶହ ମିଟର ଫ୍ଲାଏ ଓଭର ପାଇଁ ସେ ପରାମର୍ଶ ଦେଇଛନ୍ତି । ସେପଟେ ପୂର୍ତ୍ତ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ସେଠାରେ ଫ୍ଲାଏ ଓଭର କରିବା ସମ୍ଭବ ନୁହେଁ । ଜବରଦସ୍ତ କେହି ସୈନିକ ସ୍କୁଲ ହଟାଇ ପାରିବେ ନାହିଁ । ଏହା ସୈନିକ ସ୍କୁଲ ମ୍ୟାନେଜମେଣ୍ଟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ନିର୍ଭର କରେ ସେମାନଙ୍କୁ ସେଠାରୁ ହଟାଯିବ କି ନାହିଁ । ବାହାର ରାଜ୍ୟରେ ସୈନିକ ସ୍କୁଲ ସହରର ବାହାରେ ଅଛି । ଯେବେ ସୈନିକ ସ୍କୁଲ ସ୍ଥାପନ ହୋଇଥିଲା ସେ ସମୟରେ ଆଖପାଖରେ ସେମିତି ଘର ଦ୍ୱାର କି ଭିଡ଼ ନଥିଲା । ତେବେ ଏହାକୁ ବିକଳ୍ପ ଭାବେ ଆଇଟିବିପି ଶରଧାପୁର ପାଖରେ ଦୁଇ ଶହ ଏକର ଜମି ଦିଆଯିବ ବୋଲି କୁହାଯାଇଥିଲା ।