କୃଷି ଆଇନ୍ ବିରୋଧରେ ପ୍ରସ୍ତାବକୁ ବିଜେପି ବିଧାୟକଙ୍କ ସମର୍ଥନ
1 min readଥିରୁବନନ୍ଥପୁରମ: ୩ ଗୋଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ମାସେରୁ ଅଧିକ ସମୟ ହେଲା ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଅନ୍ୟପଟେ କେରଳ ବିଧାନସଭାରେ କେନ୍ଦ୍ରର ନୂଆ ବିବାଦିତ କୃଷି ଆଇନ୍ ବିରୋଧରେ ପ୍ରସ୍ତାବ ଆଣିଛନ୍ତି ପି.ବିଜୟନ ସରକାର । ଆଉ ଏହି ପ୍ରସ୍ତାବକୁ ବିଜେପିର ଏକମାତ୍ର ଓ.ରାଜଗୋପାଳ ସମର୍ଥନ କରିଛନ୍ତି । ଏହି ପ୍ରସ୍ତାବରେ କେନ୍ଦ୍ରର କୃଷି ଆଇନକୁ ଫେରାଇ ନେବା ପାଇଁ ଦାବି କରାଯାଇଛି ।
ନିଜର ବିଧାୟକଙ୍କ ବିରୋଧକୁ ସହଜରେ ଗ୍ରହଣ କରିପାରିନି ବିଜେପି । କେରଳ ବିଜେପି ନେତା କେ.ଏସ୍ ରାଧାକ୍ରିଷ୍ଣନ୍ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । କହିଛନ୍ତି- ମୁଁ ବୁଝିପାରୁନି ଓ.ରାମଗୋପାଳ କାହିଁକି କେନ୍ଦ୍ର ସରକାରଙ୍କ ବିରୋଧରେ ଗଲେ, ଏହା ଆଶ୍ଚର୍ଯ୍ୟଜନକ । ସମସ୍ତେ ଜାଣନ୍ତି ଜଣେ ସଦସ୍ୟ କିଛି କରିପାରିବେ ନାହିଁ । ତାଙ୍କୁ ପ୍ରସ୍ତାବକୁ ବିରୋଧ କରିବାର ଥିଲା । ଏହା ଇଚ୍ଛା ଓ ବିଜେପିର ଭାବନା ବିରୋଧୀ ଅଟେ ।
BJP MLA O. Rajagopal opposes the resolution moved by Kerala CM opposing Centre's farm laws
"Similar farm laws were promised by Congress in their poll manifesto. CPI(M) also demanded to bring in such laws. Now,both parties are opposing it. Farmers shouldn't be misguided,"he says. pic.twitter.com/CefsYYTbaf
— ANI (@ANI) December 31, 2020
ଓ.ରାଜଗୋପାଳଙ୍କ ପ୍ରତିକ୍ରିୟା
ଅଧିବେଶନ ପରେ ଓ.ରାଜଗୋପାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି- ‘ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ପ୍ରସ୍ତାବରେ କିଛି କଥାକୁ ନେଇ ନିଜ ରାୟ ରଖିଥିଲି । ଯାହାକୁ ନେଇ ବିଚାରରେ ପାର୍ଥକ୍ୟ ଥିଲା । ମୁଁ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଛି । କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନକୁ ଫେରାଇ ନେବା ଉଚିତ୍ ।’