ବିଧାନସଭାରେ ବିରୋଧୀ ଦଳ ନେତା ଘୋଷଣା କଲା ବିଜେପି

ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ଦଳ ନେତା ଘୋଷଣା ହୋଇଛି । ଜୟନାରାୟଣ ମିଶ୍ର ହେଲେ ନୂଆ ବିରୋଧୀ ଦଳ ନେତା  । ବିଜେପି ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି। ସମ୍ବଲପୁରରୁ ବିଧାୟକ ଅଛନ୍ତି ଜୟନାରାୟଣ ମିଶ୍ର । ପ୍ରଦୀପ୍ତ ନାୟକଙ୍କ ସ୍ଥାନରେ ଜୟନାରାୟଣଙ୍କୁ ଦାୟିତ୍ବ ଦିଆଯାଇଛି । ଦୀର୍ଘଦିନ ହେବ ଅସୁସ୍ଥତା ଯୋଗୁଁ ପ୍ରଦୀପ୍ତ ନାୟକ ବିଧାନସଭା ଆସିପାରୁନାହାନ୍ତି ।

ସେଥିପାଇଁ ଦଳ ତାଙ୍କ ସ୍ଥାନରେ ଜୟନାରାୟଣଙ୍କୁ ଦାୟିତ୍ୱ ଦେଇଛନ୍ତି । ଅନ୍ୟପକ୍ଷରେ ନୂଆ ଦାୟିତ୍ୱ ପାଇବା ପରେ ଜୟନାରାୟଣ ରାଜ୍ୟ ବିଜେପି ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି ଏହି ଗୁରୁଦାୟିତ୍ବକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପୂରଣ କରିବି । ସମ୍ବଲପୁରରରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି ଜୟନାରାୟଣ ମିଶ୍ର । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ନବୀନ ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ସେହିପରି ପିଏସି କମିଟି ଅଧ୍ୟକ୍ଷ ହେବେ ମୋହନ ମାଝୀ । ବିରୋଧୀ ଦଳର ମୁଖ୍ୟ ସଚେତକ ଅଛନ୍ତି ମୋହନ ମାଝୀ ।