ଚାଉଳ ପ୍ରସଂଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଅଜବ ଯୁକ୍ତି, ଚାଉଳ ଲୋକେ ଖାଆନ୍ତିନି
1 min readଭୁବନେଶ୍ବର: ଭୋକିଲା ମଣିଷଙ୍କୁ ନେଇ ଉପହାସ। ଅଶୋଭନୀୟ ମନ୍ତବ୍ଯ ଦେଇଛନ୍ତି ଖୋଦ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ରାସନ ଚାଉଳ ପ୍ରସଙ୍ଗରେ ଜୟ ନାରାୟଣ ମିଶ୍ରଙ୍କ ଅଜବ ଯୁକ୍ତି । ସେ କହିଛନ୍ତି- ଲୋକେ ଚାଉଳ ଖାଆନ୍ତିନି। ରାସନ୍ ଲୋକେ ଖାଉନାହାନ୍ତି। ଏନେଇ ଅନୁସନ୍ଧାନ କର । ଆମ୍ବ ଟାକୁଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଛନ୍ତି ଜୟ ନାରାୟଣ। ସେ କହିଛନ୍ତି ଯେଉଁମାନେ କହୁଛନ୍ତି ଆମ୍ବ ଟାକୁଆ ଖାଇ ଲୋକେ ମରୁଛନ୍ତି ତାହା ବେକାର କଥା। ଆଦିବାସୀମାନେ ଆମ୍ବ ଟାକୁଆ ଖାଆନ୍ତି । ଯିଏ କିଛି କାମ କରିବେନି, ଶୋଇକି ରହିବେ ତାଙ୍କୁ କିଏ ଖାଇବାକୁ ଦେବ ବୋଲି କହିଛନ୍ତି ଜୟନାରାୟଣ। ମାଗଣା ଚାଉଳ ଲୋକେ କଣ କରୁଛନ୍ତି ଅନୁସନ୍ଧାନ କରିବକୁ ଜୟନାରାୟଣ କହିଛନ୍ତି।
ଆମ୍ବ ଟାକୁଆ ଖାଇ ଆଦିବାସୀଙ୍କ ମୃତ୍ଯୁ ଘଟିଥିବାବେଳେ ସରକାରୀ ଦଳର ବିଧାୟକଙ୍କ ଅଜବ ଯୁକ୍ତି ରାଜ୍ଯରେ ଅସନ୍ତୋଷ ସୃଷ୍ଟି କରିଛି। ସେପଟେ ଏ ନେଇ ଜୟ ନାରାୟଣ ମିଶ୍ରଙ୍କୁ ବରିଷ୍ଠ ନେତା ବିଜୟ ମହାପାତ୍ର ଦେଇଛନ୍ତି କଡା ଜବାବ । ଲୋକେ ଯଦି ରାସନ ଖାଆନ୍ତିନି ତେବେ ସରକାର କାହିଁକି ବର୍ଷ ବର୍ଷ ଧରି ରାସନ ଦେଉଛନ୍ତି ? ଲୋକେ ରାସନ ଯଦି ଖାଉନାହାଁନ୍ତି ତେବେ ଏ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦିଅନ୍ତୁ ରାଜ୍ଯ ସରକାର । ବିଜେପି ଏବେ ସରକାରରେ ଅଛି, ସେମାନେ ରାସନ ବନ୍ଦ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସେହିପରି ଜୟନାରାୟଣଙ୍କୁ ଟାର୍ଗେଟ କରିଛି ବିଜେଡି । ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ ଥିବା ନେତାମାନେ ଏଭଳି ମନ୍ତବ୍ୟ ଦେବା ଠିକ ନୁହେଁ । ଅରୁଚିକର ମନ୍ତବ୍ୟ ଦେବାରୁ ବିଜେପି ନେତା ଓ ବିଧାୟକ କ୍ଷାନ୍ତ ରୁହନ୍ତୁ । ଗରିବ ଲୋକଙ୍କ ପ୍ରତି ତାଙ୍କ ଦାୟିତ୍ୱ କଣ ବୁଝି ବିଚାରି ମନ୍ତବ୍ୟ ରଖନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।