ବିଧାନସଭା ଅଧିବେଶନରେ ଗେମ୍ରେ ମସଗୁଲ ବିଧାୟକ, ଭିଡିଓ ଭାଇରାଲ
1 min readଲକ୍ଷ୍ନୌ: ବିଧାନସଭା ଚାଲିଥିବା ବେଳେ ବିଧାୟକ କିନ୍ତୁ ନିଜ ଦୁନିଆରେ ମସଗୁଲ । ହାତରେ ଦେଢ ଲକ୍ଷ ମୂଲ୍ୟର ମୋବାଇଲ ଧରି ତିନ୍ ପତି ଗେମ୍ରେ ବ୍ୟସ୍ତ ବିଧାୟକ । ଉତ୍ତର ପ୍ରଦେଶ ବିଧାନସଭାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଦୃଶ୍ୟରେ ଯେଉଁ ବ୍ୟକ୍ତି ଜଣକ ଦେଖା ଯାଉଛନ୍ତି ସେ ହେଉଛନ୍ତି ଜଣେ ବିଧାୟକ ।
भाजपाई विधायक उप्र विधानसभा के सत्र में खेल रहे हैं ताश और कर रहे हैं प्रदेश का नाश।
भाजपा के उन विधायक जी को धन्यवाद जिन्होंने पीछे से ये वीडियो बनाकर व वाइरल कर जनहित का काम किया।
अब देखना ये है कि मुख्यमंत्री जी इन मा. विधायकजी पर ‘नैतिक बुलडोज़र’ कब चलाएँगे?#भार_बन_गयी_भाजपा pic.twitter.com/qYU9vFiYOw— Akhilesh Yadav (@yadavakhilesh) September 24, 2022
ଜନତାର ପ୍ରତିନିଧି ହୋଇ ବିଧାନସଭାକୁ ଆସିଛନ୍ତି ଲୋକଙ୍କ ସ୍ୱାର୍ଥର କଥା କହିବାକୁ । କିନ୍ତୁ କାମ ଭିତରେ ଟିକେ ମଜା ବି ଦରକାର । ତେଣୁ ବିଧାୟକ ମହାଶୟ ଖୋଲିଦେଇଛନ୍ତି ମୋବାଇଲ । ଆଉ ତିନ୍ ପତି ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଯେ, ବିଧାୟକ ଜଣକ ତାଙ୍କ ଚାରିପଟେ କ’ଣ ଘଟୁଛି ତାହା ଜାଣି ପାରୁନାହାନ୍ତି ।
ଉତ୍ତର ପ୍ରଦେଶର ମହୋବା ବିଧାୟକ ରାକେଶ ଗୋସ୍ୱାମୀ ବିଜେପି ଟିକେଟରେ ବିଧାନସଭାରେ ପହଂଚିଛନ୍ତି । ବିଧାୟକ ଭାବେ ତାଙ୍କ କାମ ହେଉଛି ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇବା । କିନ୍ତୁ ଲାଗୁଛି ମହୋବା ବିଧାୟକ ଏହାକୁ ଭୁଲି ଯାଇଛନ୍ତି । ତେଣୁ ବିଧାନସଭାରେ ବସି ମୋବାଇଲରେ ଗେମ୍ ଖେଳୁଛନ୍ତି ।
ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟରରେ ସେୟାର କରାଯାଇଥିଲା । ଯାହାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂ ଯାଦବ ସେୟାର କରିଥିଲେ । ସମାଜବାଦୀ ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ସେୟାର କରି ଲେଖା ଯାଇଥିଲା ଯେ, ବିଜେପି ବିଧାୟକମାନଙ୍କ ଜନସମସ୍ୟା ସହିତ କୌଣସି ସମ୍ପର୍କ ନାହିଁ । ସେମାନଙ୍କର କେବଳ ଦୁଷ୍କର୍ମ, ଦୁର୍ନିତୀ ଓ ଗେମ୍ ସହିତ ସଂପର୍କ ରହିଛି ।
ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ଏହାକୁ ନେଇ ଟିପ୍ପଣୀ କରିବା ଆରମ୍ଭ କରିଛନ୍ତି । ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯେ, ଦେଢ ଲକ୍ଷ ଟଙ୍କାର ଫୋନ୍ ନେଇଛନ୍ତି ଯେତେବେଳେ ସେତେବେଳେ ଅଧିକ କ’ଣ ଆଶା କରାଯିବ ? ସେହିଭଳି ଆଉ ଜଣେ ଏହାକୁ ସେୟାର କରି ବିଧାୟକଙ୍କୁ କିଏ ନିଲମ୍ବିତ କରିବ କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ।