spot_img

Latest Posts

ବିଧାନସଭା ପରିସରରେ ସାମ୍ବାଦିକଙ୍କୁ ବିଜେପି ବିଧାୟକ ବିଷ୍ଣୁଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର: ଗଣତନ୍ତ୍ରର ମନ୍ଦିରରେ ଅଗଣତାନ୍ତ୍ରିକ କାର୍ଯ୍ୟ । ସୀମା ଟପିଲେ ବିଜେପି ବିଧାୟକ । ବାଚସ୍ପତିଙ୍କ ଉପରକୁ ଫିଙ୍ଗିଲେ ହେଡଫୋନ୍, ଡଷ୍ଟବିନ୍ ଓ ଚପଲ । ଏଭଳି କାର୍ଯ୍ୟ ପରେ ବି ଅନୁତପ୍ତ ନୁହଁନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ଓଲଟା ଗଣମାଧ୍ୟମ ଆଗରେ ଯୁକ୍ତି ବାଢ଼ିଛନ୍ତି ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା  କିଛି ଭୁଲ୍ ନୁହେଁ । ଚପଲ ଫିଙ୍ଗିବା କଣ ଅନ୍ୟ କିଛି ବାଚସ୍ପତିଙ୍କ ସହ କରିବା ଦରକାର ବୋଲି କହିଛନ୍ତି ବିଷ୍ଣୁ । ସେ ନିଜେ ହେଡଫୋନ୍ ଓ ପେନ୍ ଫୋପାଡ଼ିଥିବା କହିଛନ୍ତି । ନିଜ କାଣ୍ଡକାରଖାନାକୁ ନେଇ ଅନୁତପ୍ତ ହେବା ପରିବର୍ତ୍ତେ ବିଧାୟକ ଓଲଟା ସାମ୍ବାଦିକଙ୍କ ଉପରେ ଖପ୍ପା ହୋଇଛନ୍ତି ।

BJP MLA Bishnu Sethi Mis Behaved Nandighosha TV Reporter In Odisha Assembly

ନନ୍ଦିଘୋଷ ଟିଭି ରିପୋର୍ଟରଙ୍କ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ପଡ଼ିଛନ୍ତି ବିଷ୍ଣୁ । ବିଧାୟକଙ୍କ ଏଭଳି କାର୍ଯ୍ୟରୁ ନୂଆ କରି ବିଧାନସଭା ଆସିଥିବା ୬୦ ଜଣ ବିଧାୟକ କଣ ଶିଖିବେ ବୋଲି ଆମ ପ୍ରତିନିଧି ପଚାରିଥିଲେ । ବିଷ୍ଣୁ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ତୁ ତା କରିବା ସହ ତୁ ଖେଞ୍ଚିକି ଆଉ ବାହାର କରନା ବୋଲି କହିଥିଲେ ।

BJP MLA Bishnu Sethi Mis Behaved Nandighosha TV Reporter In Odisha Assembly

ଏମିତି ତୁ ଉସୁକାନା… ତୋ ଡବଲ ବୟସ ମୋତେ ହେଲାଣି… ମୋତେ ଆଉ ଉସୁକାନାରେ… ଭଳି ଶବ୍ଦ ନନ୍ଦିଘୋଷ ଟିଭି ରିପୋର୍ଟରଙ୍କୁ କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।

BJP MLA Bishnu Sethi Mis Behaved Nandighosha TV Reporter In Odisha Assembly

ବିଧାୟକଙ୍କ ଏଭଳି ଆଚରଣକୁ ସବୁ ମହଲରେ ନିନ୍ଦା କରାଯାଇଛି ।

Latest Posts

Don't Miss