ବିଜେପି ନେତାଙ୍କ ଆଉ ଏକ ମିଛ: ନୋଏଡା ଏୟାରପୋର୍ଟର ମଡେଲ କହି ବେଜିଂ ଏୟାରପୋର୍ଟ ଫଟୋକୁ କଲେ ସେୟାର

1 min read

ଲକ୍ଷ୍ନୌ: ପ୍ରଚାର ଓ ପ୍ରସାର ସର୍ବସ୍ୱ ହେଉଛି ଭରତୀୟ ଜନତା ପାର୍ଟି । ଲୋକଙ୍କ ପାଇଁ କାର୍ଯ୍ୟ କରିବା ଅପେକ୍ଷା ଦଳୀୟ ନେତା ଓ ମନ୍ତ୍ରୀ ପ୍ରଚାର ପ୍ରସାରରେ ଅଧିକ ନିୟୋଜିତ ଥାନ୍ତି । ଲୋକଙ୍କ ପାଇଁ ଯାହା କାର୍ଯ୍ୟ କରନ୍ତି ତାହା ଠାରୁ ଅଧିକ ପ୍ରଚାର କରିଥନ୍ତି । ଏଭଳି କି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ମିଥ୍ୟା ପ୍ରଚାର କରିବାକୁ ମଧ୍ୟ ପଛାନ୍ତି ନାହିଁ ବୋଲି ବିରୋଧୀ ଅଭିଯୋଗ କରିଥାନ୍ତି । ଯାହାର ଏକ ସଦ୍ୟତମ ଉଦାହରଣ ହେଉଛି ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେଉଥିବା ଜେଓ୍ୱର ବିମାନବନ୍ଦରର ଫଟୋ ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏଥିରେ ବାହାଦୂରୀ ନେବା ଲାଗି ରାଜ୍ୟ ସରକାର ଭିନ୍ନ ଉପାୟ ଆପଣାଉଛନ୍ତି ।  ଭୁଲ ଫଟୋ ଜରିଆରେ ଲୋକଙ୍କୁ ମିଥ୍ୟ ସ୍ୱପ୍ନ ଦେଖାଉଛନ୍ତି  । ଗତ ୨୫ ତାରିଖରେ ଉତ୍ତରପ୍ରଦେଶ ନୋଏଡାର ଜେଓ୍ୱାରରେ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଶିଳାନ୍ୟାସ  କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିମାନ ବନ୍ଦର ୨୦୨୪ ସୁଦ୍ଧା ଶେଷ ହେବ ବୋଲି କୁହାଯାଉଛି । ଏହି ଉପଲକ୍ଷେ ନୋଏଡା ବିମାନ ବନ୍ଦର ମଡେଲ ଡିଜାଇନର ଏକ ଫଟୋ ଜାରି କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ଯେ ନୋଏଡା ବିମାନ ବନ୍ଦରର ନକ୍ସା ବଦଳରେ ସେଥିରେ ବେଜିଂର ଡାକ୍ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରର ଫଟୋ ଜାରି ହୋଇଥିଲା । ଏହି ଫଟୋକୁ ଦେଖାଇ ସରକାର ନିଜର ଉପଲବ୍ଧ ଜଣାଇବାକୁ ଚାହିଁଛନ୍ତି । ବହୁ କେନ୍ଦ୍ରମନ୍ତ୍ରୀ ଓ ଅଫିସର ମଧ୍ୟ ଏହି ଫଟୋକୁ ନେଇ ମତ ପ୍ରଦାନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରହ୍ଲାଦ ସିଂହ ପଟେଲ, ଅନୁପମା ଦେବୀ, ଅର୍ଜୁନ ରାମ ମେଘଓ୍ୱାଲଙ୍କ ସହ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଅନ୍ୟ ନେତା ସମର୍ଥକ ଏହି ବେଜିଂ ଏୟାରପୋର୍ଟ ମଡେଲକୁ ନୋଏଡାରେ ନିର୍ମିତ ହେବାକୁ ଥିବା ମଡେଲ ଭାବେ ଦର୍ଶାଇଛନ୍ତି । ଏହି ଫଟୋକୁ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଏସିଆର ସବୁଠାରୁ ବଡ଼ ଏୟାରପୋର୍ଟ ଭାବେ ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିଜ ସହିତ ୩୫ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆଣିବ । ଏହାଦ୍ୱାରା ୧ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଲେଖିଛନ୍ତି ।

ଅନ୍ୟପଟେ ଏହି ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚୀନ ରାଷ୍ଟ୍ରୀୟ ସ୍ୱୀକୃତିପ୍ରାପ୍ତ ମିଡିଆର କର୍ମକର୍ତ୍ତା ସେନ ଶିଓ୍ୱେଇ । ସେ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି ନିଜର ସଫଳତା ଭିତ୍ତିଭୂମିର ପ୍ରମାଣ ଲାଗି ଭାରତ ସରକାରଙ୍କ କର୍ମକର୍ତ୍ତାମାନେ ଚୀନ ବେଜିଂର ଡାକ୍ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରର ଫଟୋକୁ ବ୍ୟବହାର କରିଛନ୍ତି । ଏହି ବିମାନ ବନ୍ଦର ୧୩ଶହ ହେକ୍ଟର ଜମିରେ ନିର୍ମିତ ହେବାକୁ ଯାଉଥିବାବେଳେ ଖର୍ଚ୍ଚ ହେବ ୧୦ ହଜାର ୫୦ କୋଟି ଟଙ୍କା ।

ଏଥିସହିତ ପଢ଼ନ୍ତୁ: କାହିଁକି ଭୟଙ୍କର ଓମିକ୍ରାନ୍ କରୋନା ଭେରିଆଣ୍ଟ୍ ?

Leave a Reply