ହରିୟାଣାରେ ହଲଚଲ୍; ଖଟ୍ଟରଙ୍କୁ ଦିଲ୍ଲୀ ଡକରା, ୨ଟି ବଡ଼ କାର୍ଯ୍ୟକ୍ରମ ବାତିଲ୍ କଲେ ଗୃହମନ୍ତ୍ରୀ

1 min read

ଭୋଟ୍ ଗଣନା ଜାରି ରହିଥିବା ବେଳେ ହରିୟାଣାରେ ବହୁମତ ଠାରୁ ବିଜେପି ଦୂରରେ ରହିଛି । ହରିୟାଣା ଟ୍ରେଣ୍ଡକୁ ନେଇ ବିଜେପିର ମୁଣ୍ଡବ୍ୟଥା ବଢ଼ିଛି । ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ରବ୍ଦ କରିଛନ୍ତି । ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଦିଲ୍ଲୀ ଡକାଯାଇଛି ।

ବହୁମତ ଠାରୁ ଟ୍ରେଣ୍ଡରେ ବିଜେପି ମାତ୍ର ୪ଟି ସିଟ୍ ଦୂରରେ ରହିଛି । ଜେଜେପି ସହ ମେଣ୍ଟ କରି ସରକାର ଗଢ଼ିବାକୁ ବିଜେପି ଯୋଜନା କରୁଥିବା ଜେଜେପିକୁ ନିଃସର୍ତ୍ତ ସମର୍ଥନ ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଛି । ହରିୟାଣା ରାଜନୀତିରେ ଏମିତି ହଲଚଲ ଓ ଖଟ୍ଟରଙ୍କ ହାତରୁ କ୍ଷମତା ଖସିବା ଦେଖି ଅମିତ ଶାହ ନୋଏଡା ଆଇଟିବିପିରେ ଥିବା କାର୍ଯ୍ୟକ୍ରମକୁ ନଯାଇ କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ କୃଷ୍ଣ ରେଡ୍ଡୀଙ୍କୁ ପଠାଇଛନ୍ତି ।

ଗତ ୨୧ ତାରିଖରେ ହରିୟାଣାର ୯୦ ଆସନ ପାଇଁ ମତଦାନ ହୋଇଥିଲା । ଗଣତି ଚାଲିଥିବା ବେଳେ ଟ୍ରେଣ୍ଡରେ କୌଣସି ଦଳକୁ ବହୁମତ ମିଳୁ ନଥିବା ଦେଖାଯାଉଛି ।  ଯାହାପରେ ସରକାର ଗଠନ ପାଇଁ ଜେଜେପିକୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ଅଫର କରିଥିବା ବେଳେ ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ମନେଇବାକୁ ବିଜେପି ଚେଷ୍ଟା କରୁଛି । ')}

Leave a Reply