ଏଥର କଟିପାରେ ବରୁଣ ଗାନ୍ଧୀଙ୍କ ଟିକେଟ, ଜିତିନ ପ୍ରସାଦଙ୍କୁ ବିଜେପି ଟିକେଟ !

1 min read

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ କେଉଁ ମୂହୁର୍ତ୍ତରେ ତୃତୀୟ ଲିଷ୍ଟ ଜାରି କରିବ ବିଜେପି । ଏହି ଲିଷ୍ଟରେ ୟୁପିର ଭିଭିଆଇପି ସିଟ ପିଲଭିତ ଓ ସୁଲତାନପୁର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା ହୋଇପାରନ୍ତି  । ଏଥର ପିଲଭିତ ଆସନରୁ ବରୁଣ ଗାନ୍ଧୀଙ୍କ ଟିକେଟ କଟିବା ନେଇ ସୁତ୍ର କହୁଛି  । ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ଜିତିନ ପ୍ରସାଦଙ୍କୁ ପିଲିଭିତ ସିଟରୁ ଟିକେଟ ଦେଇପାରେ ବିଜେପି  । ବିଶେଷ ସୁତ୍ରରୁ ଜଣାପଡିଛି ଯେ ଏଥର ବରୁଣ ଗାନ୍ଧୀଙ୍କ ଟିକେଟ କଟିବା ନେଇ ସହମତି ଜଣାଇଛନ୍ତି ବରିଷ୍ଠ ନେତା  ।

ଗତ ୫ ବର୍ଷର ରେକର୍ଡ ଦେଖିଲେ ବରୁଣ ଗାନ୍ଧୀ ଲଗାତାର ନିଜ ସରକାରର ସମାଲୋଚନା କରୁଥିବା ଦେଖିବାକୁ ମିଳିଛି  । ମୋଦି ସରକାର ହୁଅନ୍ତୁ କି ଯୋଗୀ ସରକାରର ତିରସ୍କାର କରି ଆସିଛନ୍ତି ବରୁଣ  । ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ସହ ସମ୍ପର୍କରେ ଅଛନ୍ତି ବରୁଣ  । ଶୁଣିବାକୁ ମିଳୁଛି ବରୁଣ ଖୁବଶୀଘ୍ର ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି  ।

ତୃଣମୂଳ ସ୍ତରରୁ ବରୁଣ ଗାନ୍ଧୀଙ୍କୁ ନେଇ ଫିଡବ୍ୟାକ୍‌ ନକରାତ୍ମକ ରହିଛି  । ଏହି କାରଣରୁ CEC ବୈଠକରେ ବରୁଣ ଗାନ୍ଧୀଙ୍କୁ ଟିକେଟ ନ ମିଳିବା ନେଇ ସହମତି ପ୍ରକାଶ ପାଇଛି   । ସେହିପରି ତାଙ୍କ ମା ମେନକା ଗାନ୍ଧୀଙ୍କ ଆଶନ ସୁଲତାନପୁରକୁ ନେଇ ବି ସଂଶୟ ରହିଛି  ।