spot_img

Latest Posts

ରାତି ସାରା ଥାନାରେ ବସିଲେ ବିଜେପି ନେତା

ସମ୍ବଲପୁର: ଥାନାରେ କଟିଲା ପୁରା ରାତି । ନିଜ ଜିଦ୍‌ ପାଇଁ ରାତି ସାରା ଥାନାରେ ରହିଲେ ଏକାଧିକ ବିଜେପି ନେତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଆଖପାଖ ଅଞ୍ଚଳର ୧୦ରୁ ଅଧିକ ବିଜେପି ନେତା ରାତି ସାରା ଥାନା ବିତାଇଥିବା ଦେଖିବାକୁ ମିଳିଛି ।

Sambalpur BJP Protest

ଦୀର୍ଘ ଦିନ ଧରି ଲାଗି ରହିଥିବା ମଣ୍ଡି ସମସ୍ୟାକୁ ନେଇ ବିଜେପି ନେତା ଚାଷୀ ଅଧିକାର ରାଲି କରିଥିଲେ । ଏହି ସମୟରେ ସେମାନେ ସମ୍ବଲପୁର ଆର୍‌ଡିସି ଅଫିସ୍ ଘେରାଉ କରିଥିଲେ । ଆର୍‌ଡିସି ଅଫିସ୍‌ ସମ୍ମୁଖରେ ହୋ-ହଲ୍ଲା କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପୋଲିସ ବିଜେପି ନେତା ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା ।

Sambalpur BJP Protest

ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ, କନକ ବର୍ଦ୍ଧନ ସିଂ ଦେଓଙ୍କ ସହ ବହୁ ନେତା ଗିରଫ ହୋଇଥିଲେ । ଗିରଫ ହେବା ପରେ ସେମାନେ ରାତି ସରା ଟାଉନ ଥାନାରେ ଧାରଣାରେ ବସିଥିଲେ ।

Latest Posts

Don't Miss